ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ

କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା


ଭୁବନେଶ୍ବର : ରାଜଧାନୀର ଏକ ମାର୍କେଟ କଂପ୍ଲେକ୍ସରେ ପ୍ରବଳ ଅଗ୍ନିକାଣ୍ଡ। ନିଆଁ ଏତେ ଜୋରରେ ଲାଗିଛି ଯେ, ତାହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି। ଭୁବନେଶ୍ବରର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି। ସକାଳୁ ସକାଳୁ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ଲାଗିଥିଲେ ମଧ୍ୟ ତାହା ଲିଭିବା ସମ୍ଭବ ହୋଇପାରୁ ନାହିଁ। ଫଳରେ କ୍ରେନ ଲଗାଇ କାନ୍ଥ ଭାଙ୍ଗି ଭିତରକୁ ପାଣି ସ୍ପ୍ରେ କରାଯାଉଛି।

ଗତକାଲି ରାତିରେ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ସୁପରମାର୍ଟର ତୃତୀୟ ମହଲାରେ ଏହି ନିଆଁ ଲାଗିଛି। ତାହା ଧିରେଧିରେ କୁହୁଳି ପରେ ପ୍ରବଳ ଆକାରର ଧାରଣ କରିଛି। ସେହି ସୁପରମାର୍ଟ ଭିତରେ ଥିବା ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଜିନିଷ ପୋଡି ପାଉଁଶ ହୋଇଯାଇଥିବାର ଜଣାପଡିଛି।

Comments are closed.