ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଛନ୍ତି ଅଛନ୍ତି ଆରବ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମଣ୍ଡଳ

ବି.ବି.ନିୟୁଜ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆରବ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମଣ୍ଡଳ, ଆରବ ରାଷ୍ଟ୍ର ଲିଗର ମହାସଚିବ ଏବଂ ଆରବ ପ୍ରତିନିଧିଙ୍କୁ ସ୍ୱାଗତ କରିଛନ୍ତି । ସେମାନେ ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଛନ୍ତି ଅଛନ୍ତି ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଭାରତ ଏବଂ ଆରବ ବିଶ୍ୱ ମଧ୍ୟରେ ଗଭୀର ଏବଂ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ସ୍ଥାୟୀ ସମ୍ପର୍କ ବର୍ଷ ବର୍ଷ ଧରି ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରେରଣା ଏବଂ ମଜବୁତ କରିଆସୁଛି ।
ଆଗାମୀ ବର୍ଷଗୁଡ଼ିକରେ ଭାରତ-ଆରବ ସହଭାଗୀତା ପାଇଁ ତାଙ୍କର ଦୃଷ୍ଟିକୋଣକୁ ରୂପରେଖା ଦେଇ, ସେ ଉଭୟ କ୍ଷେତ୍ରର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ବାଣିଜ୍ୟ,ନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିଛନ୍ତି । ପାଲେଷ୍ଟାଇନର ଲୋକଙ୍କ ପ୍ରତି ଭାରତର ନିରନ୍ତର ସମର୍ଥନକୁ ମଧ୍ୟ ପୁନରାବୃତ୍ତି କରିଛନ୍ତି ମୋଦୀ । ଗାଜା ଶାନ୍ତି ଯୋଜନା ସମେତ ଚାଲୁଥିବା ଶାନ୍ତି ପ୍ରୟାସକୁ ସ୍ୱାଗତ କରିଛନ୍ତି । ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବାରେ ଆରବ ଲିଗ ଦ୍ୱାରା ନିର୍ବାହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କର କୃତଜ୍ଞତା ଜଣାଇଛନ୍ତି । ବୈଠକରେ ଆରବ ବିଶ୍ୱ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କ ଏବଂ ରଣନୈତିକ ସହଭାଗୀତା, ଅର୍ଥନୈତିକ ସହଯୋଗ ଏବଂ ସମାନ ଆଞ୍ଚଳିକ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Comments are closed.