ଭଦ୍ରକ : ପୁଣି ଅଲୋଡ଼ା ଶିଶୁକନ୍ୟା। ଭଦ୍ରକ ଥାନା ବୟାବନାପୁର ଅଞ୍ଚଳରେ ଚାଞ୍ଚଲ୍ୟ। ମାସକର ଛୁଆକୁ ୨୦ ହଜାର ଟଙ୍କାରେ ବିକି ଦେଲେ ଜନ୍ମକଲା ବାପା-ମାଆ। ଭଣ୍ଡାରିପୋଖରୀ ଥାନାରେ ଜେଜେମାଆଙ୍କ ଏତଲା। ତନାଘନା କରୁଛି ପୁଲିସ, ୩ ଅଟକ।
ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ବୟାବନାପୁର ଗାଁରେ ଏକ ମାସକର ଶିଶୁକନ୍ୟାକୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ଜେଜେମାଆ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଛନ୍ତି। ପୁଅ-ବୋହୂ ମିଶି ନାତୁଣୀକୁ ୨୦ ହଜାର ଟଙ୍କାରେ ବିକି ଦେଇଥିବା ବୃଦ୍ଧା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଆଈ ଓ ଅଭିଯୁକ୍ତ ବାପା-ମାଆଙ୍କୁ ଉଠାଇ ଆଣିଛି।
Comments are closed.