ବେତନ ଅଭିଯୋଗ କଲେ ଚାକିରୀରୁ ବହିଷ୍କାର କରିପାରିବେନି କର୍ତ୍ତୃପକ୍ଷ – ସୁପ୍ରିମକୋର୍ଟ

ଡେସ୍କ: ବେତନ ଅଭିଯୋଗ ନେଇ ହାଇକୋର୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସିଧାସଳଖ ଅଭିଯୋଗ ପଠାଇବା ଅଭିଯୋଗରେ ଚାକିରିରୁ ବହିଷ୍କୃତ ହୋଇଥିବା ଚତୁର୍ଥ ଶ୍ରେଣୀ ଅଦାଲତର ଜଣେ କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ନ୍ୟାୟ ପ୍ରଦାନ କରିଛନ୍ତି।

ବିଚାରପତି ଜଷ୍ଟିସ ବିଆର୍ ଗାଭାଇ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେବଳ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପଠାଇବା କାରଣରୁ ଜଣେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇପାରିବ ନାହିଁ। ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଆର୍ଥିକ ସଙ୍କଟରେ ଥିବା ବେଳେ ସିଧାସଳଖ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରନ୍ତି, କିନ୍ତୁ କେବଳ ଏହା ଚାକିରିରୁ ବହିଷ୍କାର କରିବା ଭଳି ବଡ଼ ଅସଦାଚରଣ ହୋଇପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

Comments are closed.