ବାଲେଶ୍ୱରରେ ବେଲଗାମ ବାଲି ମାଫିଆ !

କାଗଜପତ୍ର ମାଗିବାରୁ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ବାଲେଶ୍ୱର : ଅତିରିକ୍ତ  ତହସିଲଦାରଙ୍କୁ ଆକ୍ରମଣ। ବାଲେଶ୍ୱର ସୋରର ଅତିରିକ୍ତ ତହସିଲଦାର ଓ ତାଙ୍କର ଡ୍ରାଇଭରଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଜଣାପଡିଛି। ତେଣ୍ଟେଇରୁ କାମ ସାରି ଫେରୁଥିବା ବେଳେ ଅଇଁରୀ ଛକ ରାସ୍ତାରେ ଏକ ବାଲି ଗାଡିକୁ ଧରିଥିଲେ ଅତିରିକ୍ତ ତହସିଲଦାର l ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ ବାଲି ମାଫିଆ।

ଏନେଇ ଅନନ୍ତପୁର ଥାନାରେ ୩ ଜଣକ ନାଁରେ ଅଭିଯୋଗ ହୋଇଛି। ବେଆଇନ ବାଲି ବୋଝେଇ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିବା ସମୟରେ ଗାଡ଼ିଚାଳକ ଓ ତାଙ୍କର ସହଯୋଗୀମାନେ ଏହାକୁ ବିରୋଧ କରିବା ସହ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଖବର ପାଇ ଅନନ୍ତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହିତ ତହସିଲଦାରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ୩ ଜଣକୁ ଅଟକ ରଖିଥିବା ବେଳେ ୩ ଟି ଗାଡିକୁ ମଧ୍ୟ ଜବତ କରିଛି l

Comments are closed.