ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

0

କଟକ : କଟକ ବାରବାଟି ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା। ଭାରତ ସମେତ ଶ୍ରାଲଙ୍କା ଓ ନେପାଳକୁ ନେଇ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମ୍ୱାଦିକ ସମ୍ମିଳନୀ କରି ଏନେଇ ଏସୀଆନ ଡିଫ୍ କ୍ରିକେଟ୍ ଆସୋସିଏସନ-ଏଡିସିଏ ପକ୍ଷରୁ ସୂଚନା ଦିଆଯ।ଇଛି।

ଆସନ୍ତା ୨୫ ତାରିଖରେ ପ୍ରତିଯୋଗୀତାର ଫାଇନାଲ ମ୍ୟାଚ ଖେଳାଯିବ। ବୁଧବାର ଏହି ପ୍ରତିଯୋଗିତା ପାଇଁ ଜର୍ସି ଉନ୍ମୋଚିତ ହୋଇଛି। ସାମ୍ୱାଦିକ ସମ୍ମିଳନୀରେ ଏଡିସିଏର ନିର୍ଦ୍ଦେଶକ ରୋମା ବଲ୍ଵାନି, ଏଡିସିଏର ସଭାପତି ସୁମିତ ଜେନଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.