ଗଜପତି,୬.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲାରେ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଫୁଲ୍ଲ ଘଣ୍ଟଙ୍କ ଜାମିନ ଆବେଦନକୁ ଜିଲ୍ଲା ଓ ଦୌରା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି ଖାରଜ କରିଛନ୍ତି। ପୂର୍ବରୁ ଅନ୍ୟ ଅଭିଯୁକ୍ତ ଗୋରିଲା ରବିଙ୍କ ଜାମିନ ଆବେଦନ ମଧ୍ୟ ଗତ ଅକ୍ଟୋବର ୨୯ ତାରିଖରେ ଖାରଜ ହୋଇଥିଲା।ସୂଚନାଯୋଗ୍ୟ, ଗତ ଅକ୍ଟୋବର ୮ ତାରିଖରେ ବନ ବିଭାଗ ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ହାଡୁଭଙ୍ଗି ଗ୍ରାମର ଗୋରିଲା ରବି ଓ ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘଣ୍ଟଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘ ଚମଡ଼ା ସମେତ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରିଥିଲା।ମାମଲାର ଗମ୍ଭୀରତା, ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଅନ୍ତରାଜ୍ୟ ଶିକାରୀ ରାକେଟ୍ର ସମ୍ଭାବ୍ୟ ସମ୍ପୃକ୍ତିକୁ ଦୃଷ୍ଟିରେ ରଖି ଅଦାଲତ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି।ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ ପବ୍ଲିକ୍ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ନିମ୍ନ ଅଦାଲତରେ ଏପିପି କାଶୀନାଥ ଦାସ ଯୁକ୍ତି ଉପସ୍ଥାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.