ବଦଳିଲେ ଜି . ଉଦୟଗିରି ଥାନା ଅଧିକାରୀ ।

କନ୍ଧମାଳ : ଜି. ଉଦୟଗିରି: ଜି ଉଦୟଗିରୀ ଥାନା ଅଧିକାରୀ ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ଜି ଉଦୟଗିରିରେ ନୂତନ ଥାନା ଅଧିକାରୀ ଭାବେ ଅଜୟ କୁମାର ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ସ୍ବାଇଁ ଟିକାବାଲି ଥାନାର ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ଦାୟିତ୍ୱ ନେବା ପରେ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବା ନେଇ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Comments are closed.