ଆମ ପରିବେଶ ଆମ ଦାୟିତ୍ୱ ଶୀର୍ଷକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଟକ : ଦୂତୀ ଚାନ୍ଦ ସ୍ପୋର୍ଟ୍ସ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଏଇ ତ ଜୀବନ ଫାଉଣ୍ଡେସନର ମିଳିତ ଉଦ୍ୟମରେ କଟକର ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମପୀଠରୁ “ଆମ ପରିବେଶ ଆମ ଦାୟିତ୍ୱ” ଶୀର୍ଷକ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଦୌଡ଼ ରାଣୀ ଦୂତୀ ଚାନ୍ଦ ପତାକା ଦେଖାଇ ଆରମ୍ବ କରିଛନ୍ତି।
ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ସମାଜକୁ ସଚେତନ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯାନ ଆଗାମୀ ଦିନରେ କେବଳ ଜିଲ୍ଲା କି ରାଜ୍ୟ ନୁହେଁ ଏହା ସାରା ଦେଶରେ ବ୍ୟାପକ ଭାବେ ପ୍ରଚାଳିତ ହେବ ବୋଲି ଆୟୋଜକମାନେ ବାର୍ତ୍ତା ଦେଇଛନ୍ତି। କଟକର ଭିନ୍ନ ଭିନ୍ନ ସ୍ଥାନରେ ଜନତାଙ୍କୁ ଡାକ ବାଜି ଯନ୍ତ୍ର, ନାଟକ ଦ୍ୱାରା ସଚେତନ କରାଯାଇଛି ।
“ଆମ ପରିବେଶ ଆମ ଦାୟିତ୍ୱ” — ଏହି ସନ୍ଦେଶକୁ ଲୋକମାନଙ୍କ ମଧ୍ୟରେ ପହଞ୍ଚାଇ ପରିବେଶକୁ ସୁରକ୍ଷିତ ଓ ସୁନ୍ଦର କରିବା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ ।
ରିପୋର୍ଟ-ସନାତନ ମହାକୁଡ଼

Comments are closed.