ଭୁବନେଶ୍ବର : ଆଜି ରାଜ୍ୟ ସରକାର ତିନି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦନ୍ନୋତି ପ୍ରଦାନ କରିଛନ୍ତି। ସେମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦନ୍ନୋତି କରାଯାଇଛି। ସେମାନେ ହେଲେ ଶ୍ବାଶତ ମିଶ୍ର, ବିଶାଳ ଦେବ ଏବଂ ଉଷା ପାଢୀ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟ ସରକାର ଏହି ତିନି ଅଧିକାରୀଙ୍କୁ ଆପେକ୍ସ ଗ୍ରେଡ୍ ଲେବଲ 17 କୁ ପଦନ୍ନୋତି କରାଯାଇଛି।
ଶ୍ବାଶତ ମିଶ୍ର ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଥିବା ବେଳେ ବିଶାଳ ଦେବ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ସେହିପରି ଉଷା ପାଢୀ ବର୍ତ୍ତମାନ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଅଛନ୍ତି। ଏହିତିନିଜଣ ସେମାନଙ୍କ ପଦବୀରେ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ।
Comments are closed.