୭ମ ଆନ୍ତର୍ଜାତିକ ଧଉଳି କଳା ମହୋତ୍ସବର ଶିଳ୍ପୀ ଶିବିର ରେ ଚିତ୍ରଶିଳ୍ପୀ ସମ୍ମାନିତ

ରାଉରକେଲା (୨/୪): ୭ମ ଅନ୍ତର୍ଜାତିକ ଧଉଳି କଳା ମହୋତ୍ସବ, ଶିଳ୍ପୀ ଶିବିର, ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ର ଶିଳ୍ପୀ ସମ୍ମାନ ପ୍ରଦାନ ମହାଆଡ଼ମ୍ବରରେ ଗତ ୨୯ତାରିଖ ଦିନ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ରାଉରକେଲା ସାତ ନମ୍ବର ସେକ୍ଟରର କମୁନିଟି ସେଣ୍ଟର ଠାରେ ପରିଚାଳିତ ଜସପାଲ ସ୍ମୃତି ଚିତ୍ରାଳୟର ଅଧ୍ୟକ୍ଷ ଓ ଚିତ୍ରଶିଳ୍ପୀ ଶ୍ରୀ ରମେଶ ଚନ୍ଦ୍ର ପାତ୍ର, ପ୍ରତାପ କୁମାର ପଟ୍ଟନାୟକ, ସସ୍ମିତା ପଟ୍ଟନାୟକ ଓ ସିଦ୍ଧାର୍ଥ ଶଙ୍କର ଜେନା ଅଂଶ ଗ୍ରହଣ କରି ଙ୍କୁ ସମ୍ମାନିତ କରାଯାଇଛି l ଏହି କଳା ମହୋତ୍ସବରେ ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଓ ପ୍ରତାପ କୁମାର ପଟ୍ଟନାୟକଙ୍କୁ “ଓଡିଶା କଳା ସମ୍ମାନ” ରେ ସମ୍ମାନିତ କରାଯାଇଛି l

ଏହି ଚାରିଜଣ ଚିତ୍ରଶିଳ୍ପୀ ଓଡିଶା ବ୍ୟତୀତ ଝାରଖଣ୍ଡ, ବିହାର, ପଶ୍ଚିମ ବଙ୍ଗର ବିଭିନ୍ନ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ନିୟମିତ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି l ପ୍ରତାପ କୁମାର ପଟ୍ଟନାୟକ ଓଡିଶା ଲଲିତକଳା ଏକାଡେମୀ ଓ କେନ୍ଦ୍ର ଲଳିତ କଳା ଏକାଡେମୀରେ ଅଂଶ ଗ୍ରହଣ କରି ମଧ୍ୟ ସମ୍ମାନିତ ହୋଇଛନ୍ତି l ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଏକାଧାରାରେ ଚିତ୍ରଶିଳ୍ପୀ, କବି, ଲେଖକ, ଅନୁବାଦକ, ସାନ୍ତାଳୀ ଲେଖକ ଓ ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ l ଶ୍ରୀ ପାତ୍ର ମଧ୍ୟ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି l ସସ୍ମିତା ପଟ୍ଟନାୟକ ଓ ସିଦ୍ଧାର୍ଥ ଶଙ୍କର ଜେନା ବିଭିନ୍ନ କଳା ଶିବିର ଓ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରି ପ୍ରଶଂସିତ ଓ ସମ୍ମାନିତ ହୋଇଛନ୍ତି l ପଦ୍ମଶ୍ରୀ ଅଦୈତ ଚରଣ ଗଡ଼ନାୟକ, ବିଜେପି ରାଜ୍ୟ ସଂଯୋଜକ ରବି ମହାରଣା,ପଦ୍ମଶ୍ରୀ ବିନୋଦ ମହାରଣା, ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଭୁ ପ୍ରସାଦ ମିଶ୍ର, ଅଧ୍ୟାପକ ଚକ୍ରଧର ବେହେରା, ପ୍ରବୀର ଦଳାଇ, ଦିପ୍ତୀରେଖା ପଟ୍ଟନାୟକ, ଶ୍ୟାମ ସୁନ୍ଦର ମହାପାତ୍ର, ଗୌରାଙ୍ଗ ବାରିକି, କଲାମିତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଏମ ରମେଶ ଓ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ବହୁ ଚିତ୍ରଶିଳ୍ପୀ ଏବଂ କଳା ପ୍ରେମୀ ଉପସ୍ଥିତ ଥିଲେ l ଧଉଳି କଳା ଓ ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼: ପଞ୍ଚାନନ ସାମଲ କଳାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଆଭିମୁଖ୍ୟ ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ l
ରିପୋର୍ଟ-ସନାତନ ମହାକୁଡ଼

Comments are closed.