ଭୁବନେଶ୍ଵର, : ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡର ଶୁଭାରମ୍ଭ। ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ ହେବ ବିସିପିପିଇଆର। ଲୋକସେବା ଭବନରେ ବିସିପିପିଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା ଏହି ଅଞ୍ଚଳ ଗୁଡିକରେ ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତି ଭାବେ ପ୍ରୋତ୍ସାହିତ କରିବ। ଏହି ପ୍ରକଳ୍ପ ଦ୍ଵାରା ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ ହବରେ ପରିଣତ ହୋଇପାରିବ।
ଏହି କରିଡରରେ ୪ଟି ଜିଲ୍ଲା ପୁରୀ-ଖୋର୍ଦ୍ଧା-କଟକ-ଜଗତସିଂହପୁର ସାମିଲ କରାଯାଇଛି। ୧୧ ହଜାର ୮୯୨ ବର୍ଗ କିଲୋମିଟରରେ ଅଞ୍ଚଳ ଏହି କରିଡର ପରିବ୍ୟାପ୍ତ। ଏହି ଅଞ୍ଚଳର ସମନ୍ବିତ ଭିତ୍ତିଭୂମି ସଂସ୍କୃତି-ଅନୁକୂଳ, ନଵସୃଜନ ଅନୁକୂଳ, ପ୍ରକୃତି-ଅନୁକୂଳ ଆଧାରିତ। ପୁରୀର ସାଂସ୍କୃତିକ ଗରିମା, ପାରାଦୀପ ବନ୍ଦର ନଗର, ଆଇଟି ଏଜୁକେସନ ହବ ଭୁବନେଶ୍ୱର, ଐତିହ୍ୟ ସମ୍ପନ୍ନ କଟକ ସହର ଏ ଅଞ୍ଚଳକୁ ଭିନ୍ନ ପରିଚୟ ଦେବ। ୮୦ଟି ପ୍ରକଳ୍ପ ଓ ୩୦ଟି ଢାଞ୍ଚାଗତ ନୀତିକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ୨୦୨୫ରେ ରାଜ୍ୟର ଜିଡିପିକୁ ଏହି ୪ଟି ଅଞ୍ଚଳର ଅବଦାନ ୧୯ ପ୍ରତିଶତ, ୨୨.୩୮ ବିଲିଅନ ଡଲାର ରହିଛି। ୨୦୪୭ ସୁଦ୍ଧା ଏହି ଅଞ୍ଚଳର ଅବଦାନ ୧୫ ଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଅର୍ଥାତ ୫୦୦ ବିଲିଅନ ଡଲାରକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୈତିକ ଦୃଷ୍ଟିରୁ ଓଡ଼ିଶା ୫ ନମ୍ଵରରେ ରହିବ। ବହୁତ୍ ସ୍ପିଡରେ କାର୍ଯ୍ୟ କରିବା। ପ୍ରତ୍ୟେକଟି ଯୋଜନାକୁ ସହରର ବିକାଶ ସହ ଯୋଡିବା, ନଚେତ୍ କିଛି ମୂଲ୍ୟ ରହିବ ନାହିଁ। ପାରାଦୀପକୁ ଆଉ କେହି ଛୁଇଁ ପାରିବେ ନାହିଁ। ସମସ୍ତଙ୍କୁ ପଛରେ ପକାଇ ଆମେ ଆଗକୁ ବଢ଼ୁଛେ। ହାଇଦ୍ରାବାଦ ପରି ଭୁବନେଶ୍ୱର ମଧ୍ୟ ଦୌଡ଼ିବ। ରାଜ୍ୟକୁ ଗ୍ରାମାଞ୍ଚଳରୁ ୨୦ପ୍ରତିଶତ ଅର୍ଥ ଆସୁଛି। ଆମ ବଜେଟ୍ ପ୍ରସ୍ତୁତ ହେଉଛି। କେନ୍ଦ୍ର ବଜେଟ ନେଇ ଆସିଛନ୍ତି। ନୀତି ଆୟୋଗ ଓଡ଼ିଶାକୁ ବହୁତ ସୁଯୋଗ ଦେଇ ସହଯୋଗ କରିଛନ୍ତି।
Comments are closed.