ୟୁପିଏସସି ତାଲିକାରେ ପୁରୀର ଅମ୍ରିତ

ପୁରୀ : ୟୁପିଏସସି ପକ୍ଷରୁ ଶୁକ୍ରବାର ପ୍ରକାଶିତ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାର ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ପୁରୀର ଅମ୍ରିତ ମହାପାତ୍ର ରହିଛନ୍ତି। ତାଲିକାର ୧୨୧ ସ୍ଥାନରେ ତାଙ୍କ ନାମ ରହିଛି। ପୁରୀ ସହରର ମାଟିମଣ୍ଡପସାହି ଦ୍ବାରିକାନାଥ ଦାସ ଲେନରେ ତାଙ୍କ ଘର। ତାଙ୍କ ପିତା ଲଲାଟେନ୍ଦୁ ମହାପାତ୍ର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ଅମ୍ରିତ ପୁରୀ ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲରେ ଦଶମ, ଭୁବନେଶ୍ୱର ୟୁନିଟ ୮ ଡିଏଭି ପବ୍ଲିକ ସ୍କୁଲରେ+୨ ଏବଂ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟରେ +୩ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ ଦିଲ୍ଲୀଯାଇ ସେଠାରେ ପବ୍ଲିକ ପଲିସ୍ ବିଷୟରେ ଉଚ୍ଚତର ଶିକ୍ଷାଲାଭ କରିଥିଲେ। ତାଙ୍କର ଅନେକ ଉଚକୋଟିର ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି।

Comments are closed.