କୋଲକତା : ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ଆଜି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ଇସ୍ତାହାର ପ୍ରକାଶ କରିଛନ୍ତି।
କୋଲକାତାର ନ୍ୟୁ ଟାଉନରେ ଇସ୍ତାହାର ପ୍ରକାଶ କରି ଅମିତ ଶାହ କହିଛନ୍ତି ଯେ, “ଆମେ ସୁନାର ବଙ୍ଗଳା ନିର୍ମାଣ ପାଇଁ ପ୍ରତିବଦ୍ଧ। ଏହି ଇସ୍ତାହାର ବଙ୍ଗଳାକୁ ବିକାଶର ପଥ ଦେଖାଇବ ଏବଂ ଆମେ ବଙ୍ଗଳାର ପୁନଃନିର୍ମାଣ ଆରମ୍ଭ କରିବୁ।”
ସେ କହିଛନ୍ତି ଯେ, ଆମ ସରକାର ଅନୁପ୍ରବେଶ ବିରୁଦ୍ଧରେ ଶୂନ୍ୟ ସହନଶୀଳତାର ନୀତି ଗ୍ରହଣ କରିବ। ଏହା ସହିତ, ଅମିତ ଶାହ ଆଜି ଦେବରାରେ ଏକ ରାଲିକୁ ସମ୍ବୋଧିତ କରିବେ। ସେ ସନ୍ଧ୍ୟା ୫ଟାରେ ଖଡ଼ଗପୁରରେ ଏକ ରୋଡ୍ ଶୋ ମଧ୍ୟ କରିବେ।
Comments are closed.