ମୁମ୍ବଇ : ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ଗତ ଜାନୁଆରୀ ୨୮ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାର ସିବିଆଇ ତଦନ୍ତ ନିମନ୍ତେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଇତିମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରିଥିବା ଜଣାପଡିଛି। ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ରବିବାର ଫଡନବିସ ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ମହାରାଷ୍ଟ୍ର ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଜିତ ଜାନୁଆରୀ ୨୮ରେ ଏକ କ୍ଷୁଦ୍ର ବିମାନରେ ମୁମ୍ବଇରୁ ବାରାମତି ଯାତ୍ରା କରୁଥିଲେ। ତେବେ ପ୍ରତିକୂଳ ପାଣିପାଗ ଯୋଗୁଁ ବିମାନଟି ବାରାମତି ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିଯୋଗୁଁ ଅଜିତ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ବିମାନର ଦୁଇ ପାଇଲଟ ଓ ବିମାନ ପରିଚାରିକା ପ୍ରାଣ ହରାଇଥିଲେ। ତେବେ ଏହି ବିମାନ ଦୁର୍ଘଟଣା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ବୋଲି କେତେକ ବିରୋଧୀ ଦଳ ଅଭିଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.