ଭୁବନେଶ୍ୱର : ଏମ୍ସ ନର୍ସିଂ ସଂଘ ସଭାପତି ରମେଶ ପଙ୍ଗୋପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରତିବାଦରେ ମହମବତୀ ଶୋଭାଯାତ୍ରା ସହ ଖଣ୍ଡଗିରି ଥାନା ଘେରାଉ କରିଛି ସଂଘ। ଘଟଣା ଅନୁସାରେ ଆଜି ସଂଧ୍ୟା ସମୟରେ ୬ଜଣ ଦୁର୍ବୁତ୍ତ ଏମ୍ସର ମୁଖ୍ୟ ଫାଟକ ସାମ୍ନାରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ହସ୍ପିଟାଲରେ ନର୍ସିଂ ଷ୍ଟାଫ ନିଯୁକ୍ତିକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସେ ଏମ୍ସରୁ ଘରକୁ ଫେରୁଥିବା ସମୟରେ ୨ଟି ବାଇକରେ ତାଙ୍କୁ ପିଛା କରି ଆକ୍ରମଣ କରିଛନ୍ତି। ପ୍ରତିବାଦରେ ସଂଘର ସଦସ୍ୟ ହାତରେ ମହମବତୀ ଧରି ଶୋଭାଯାତ୍ରା କରିଛନ୍ତି। ଅଭିଯୁକ୍ତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଖଣ୍ଡଗିରି ଥାନା ଘେରାଉ କରିଛି ସଂଘ।ତେବେ ଅଭିଯୁକ୍ତ ଧାରା ନପଡ଼ିଲେ ରୋଗୀସେବା ବନ୍ଦ କରିବା ପାଇଁ ଚେତାବନୀ ଦେଇଛି ସଂଘ। ଏହାସହ ଏମ୍ସ ସାମ୍ନାରେ ଧାରଣା ଦେବାକୁ ସଂଘ କହିଛି। ସଂଘରେ ଏବେ ପ୍ରାୟ ୧୬୦୦ ଜଣ ସଦସ୍ୟ ଅଛନ୍ତି।
Comments are closed.