ଗଜପତି ଅବକାରୀ ବିଭାଗର ସଫଳତା : ଭାଙ୍ଗିଲେ ଦେଶୀ ମଦ ଭାଟି, 3500 ପୋଚ ନଷ୍ଟ ଓ 80 ଲିଟର ଦେଶୀ ମଦ ଜବତ ।

0

ଗଜପତି 6/8(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଅବକାରୀ ଟିମ ଦ୍ୱାରା ଘଞ୍ଚ ଜଙ୍ଗଲ ମଧରେ ଚୋରାରେ ବେଆଇନ ଭାବରେ ଚାଲୁଥିବା ଦେଶୀମଦ ତିଆରି ଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରାଯାଇଛି । ଏଥିସହ ଦେଶୀ ମଦ ତିଆରି ପାଇଁ ବେଆଇନ ଭାବେ ଗଛିତ ଥିବା 3500 ଲିଟର ପୋଚକୁ ଜବତ କରି ନଷ୍ଟ କରିବା ସହ 80 ଲିଟର ଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ବେଆଇନ ମଦ କାରବାର ବିରୁଦ୍ଧରେ ଚଢଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କାଶୀନଗର ଅବକାରୀ ବିଭାଗ ପକ୍ଷରୁ ଦେଶୀମଦ ବିରୋଧରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ସହ ଗୁମ୍ମା ଅଞ୍ଚଳରେ ଚଢ଼ାଉ କରି ବେଆଇନ ଭାବେ ଚାଲୁଥିବା ଦେଶୀ ମଦ ତିଆରି ଭାଟି ଗୁଡିକୁ ଅବକାରୀ ଦଳ ଭାଙ୍ଗି ଚୁରମାର କରିବା ସହ ବହୁ ପରିମାଣର ଦେଶୀ ମଦ ପୋଚ ଓ ରନ୍ଧା ମଦ ନଷ୍ଟ କରାଯାଇଛି. କାଶୀନଗର ଅବକାରୀ ବିଭାଗ ଅନ୍ତର୍ଗତ ନେରଡିଗୁଡ଼ା ରାସ୍ତାରେ ଏକ ଏକ୍‌ସେଲ୍ ବାଇକ୍ ଯୋଗେ ଦେଶୀ ମଦ ଚୋରାଚାଲାଣ ହେଉଥିବା ବେଳେ ଜବତ କରାଯାଇ ମଦ ଚୋରାଚାଲାଣକାରୀ ନେରିଡିଗୁଡା ଗ୍ରାମର କିରଣ ଶବରଙ୍କୁ ଗିରଫ କରାଯାଇଛି । ସେହିପରି କାଶୀନଗର ଅବକାରୀ ବିଭାଗ ପକ୍ଷରୁ ଗୁମ୍ମା ବ୍ଲକ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇଛି। ଗୁମ୍ମା ଗ୍ରାମର ଖ୍ରୀଷ୍ଟିଆନ ସାହି ନିକଟସ୍ଥ ଏକ ନାଳ ପାଖରେ ଚଢ଼ାଉ କରାଯାଇ ଆନୁମାନିକ ୩୫୦୦ ଲିଟର ଦେଶୀ ମଦ ପୋଚ ଓ ରନ୍ଧା ମଦ ନଷ୍ଟ କରାଯାଇଥିବା ଅବକାରୀ ଏସ୍ଆଇ ବାଲାଜୀ ରାଓ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅବୈଧ ଭାବେ ଦେଶୀ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ସାମଗ୍ରୀ ମଧ୍ଯ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.