ଅବକାରୀ କାର୍ଯ୍ୟାଳୟ ନିକଟରେ ଥିବା ଜବତ ଗାଡ଼ିରେ ଅଗ୍ନିକାଣ୍ଡ।

ବ୍ରହ୍ମପୁର : ଆମ୍ବପୁଆ ଅବକାରୀ କାର୍ଯ୍ୟାଳୟ ନିକଟରେ ଥିବା ଜବତ ଗାଡ଼ିରେ ଅଗ୍ନିକାଣ୍ଡ। ପ୍ରାୟ ୨୦ରୁ ଉର୍ଦ୍ଧ୍ବ କାର୍ ଓ ଟ୍ରକ୍ ରେ ନିଆଁ ଲାଗିଥିବା ଜଣାପଡିଛି।

ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇ ଅନେକ ଦିନ ହେବ ଏଠାରେ ରଖା ଯାଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଛି। ତେବେ କେଉଁ କାରଣ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରୁଛନ୍ତି।

Comments are closed.