ଅବ୍ୟବସ୍ଥାରେ ରଙ୍କାଳ ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ! ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ଓ ଦାବି କଲେ ତେଜେଶ୍ୱର ପରିଡ଼ା

କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ରଙ୍କାଳ – ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଚାଲିଥିବାରୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଗତ ଶନିବାର 10th September 2022 ଦିନ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ତଥା ୨ ଡାକ୍ତରଙ୍କ ସହ ସମାଧାନ ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି ! ଏହା ସହିତ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ର ମୁଖ୍ୟ ଚିକିତ୍ସା ଅଧିକାରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ( ADMO) ଙ୍କ ସହ ଆଲୋଚନା କରିଛନ୍ତି |

1) ଡାକ୍ତରାଖାନା OPD ଖୋଲା ରହିବା ସମୟ ସକାଳ 8 AM ରୁ ମଧ୍ୟାହ୍ନ 12 Noon ଏବଂ ଅପରାହ୍ନ 3 PM / 4 PM ରୁ 5 PM / 6 PM ପର୍ଯ୍ୟନ୍ତ ହୋଇଥିବା ବେଳେ ଦୁଇ ଡାକ୍ତର ଓ ଫାର୍ମାସିଷ୍ଟ ବହୁତ ଡ଼େରିରେ ଡାକ୍ତରଖାନା ପହଞ୍ଚି ଶୀଘ୍ର ଚାଲିଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଆସୁଛନ୍ତି ! ଭବିଷ୍ୟତରେ ସମସ୍ତେ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚିବା ଓ OPD ସମୟ ଶେଷ ପର୍ଯ୍ୟନ୍ତ ରହିବା ପାଇଁ ପ୍ରତିଶୃତି ଦେଇଛନ୍ତି !

2) ରଙ୍କାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ସରକାରୀ ଭାବେ ଯୋଗାଣ ହେଉଥିବା ଭଲ ଔଷଧ/Medicine ଦିଆଯାଉନଥିବାରୁ ରୋଗୀମାନେ ବାଧ୍ୟ ହୋଇ ବାହାରୁ ଔଷଧ କିଣୁଛନ୍ତି !

3) ଏଠାରେ କୌଣସି GNM Staff Nurse ନାହାନ୍ତି !

4) ଏଠାରେ ଥିବା ANM ଙ୍କୁ ଅନ୍ୟ ସ୍ଥାନକୁ deputation ରେ ଦୀର୍ଘଦିନରୁ ନିଆଯାଇଛି !

5) ଏଠାରେ ଥିବା Dresser cum Attendant ଠିକ ଭାବେ କାମ କରୁନଥିବାରୁ କୌଣସି ଛୋଟ ଡ୍ରେସିଂ ପାଇଁ ଟଙ୍କା ଦେଇ ଔଷଧ ଦୋକାନକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଅସୁଛି !

6) ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ( Health & Wellness Centre) ମାନ୍ୟତା ପାଇବା ପ୍ରାୟ ଏକ ବର୍ଷରୁ ଅଧିକ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଯୋଗ ପ୍ରଶିକ୍ଷକ (Yoga Trainer) ପ୍ରତି ସପ୍ତାହାରେ ଅତି କମ୍ ରେ ୨ ଥର ସକାଳ ବେଳା ଯୋଗ (Yoga) ପ୍ରଶିକ୍ଷଣ ଦେଉନାହାନ୍ତି! ଏଠାରେ ଯୋଗ କେନ୍ଦ୍ର (Yoga Centre) ନିର୍ମାଣ ଏ ପର୍ଯ୍ୟନ୍ତ କରାଯାଇ ନାହିଁ ! ଏହି ବିଷୟରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (Office of CDMO) ର District Project Manager (DPM) ଙ୍କ ସହ ତେଜେଶ୍ୱର ପରିଡ଼ା କଥା ହୋଇ ତୁରନ୍ତ ଯୋଗ ପ୍ରଶିକ୍ଷଣ ଆରମ୍ଭ କରିବା ଓ ଯୋଗ କେନ୍ଦ୍ର ନିର୍ମାଣ ପାଇଁ ଦାବି କରିଛନ୍ତି !

7) ସ୍ୱାସ୍ଥ୍ୟ କେନ୍ଦ୍ରକୁ 2016 ମସିହାରେ MPLAD Fund ରୁ ପ୍ରଦାନ କରାଯାଇଥିବା Water Cooler ଏବଂ Water Heater ଯାହା ଥଣ୍ଡା, ଗରମ ତଥା ବିଶୁଦ୍ଧ ପାନୀୟ ଜଳ ଯୋଗାଇଥାଏ, ତାହା ଦୀର୍ଘ ଦିନରୁ ଅଚଳ ହୋଇ ପଡିଛି, ମାତ୍ର ଏହାର ମାରାମତି ହେଉନାହିଁ କିମ୍ବା ରୋଗୀଙ୍କ ପିଇବା ପାଇଁ ପାଣି ନାହିଁ !

8) ଡାକ୍ତରଖାନା ପାଇଁ ଥିବା ଜନ ଆରୋଗ୍ୟ ସମିତି ( ପୁରୁଣା ନାମ – ରୋଗୀ କଲ୍ୟାଣ ସମିତି ) ର ଅର୍ଥ ଗତ ୨ ବର୍ଷ ହେଲା ଖର୍ଚ୍ଚ ନ ହୋଇ ପଡ଼ି ରହିଛି, ଏହା କୌଣସି କାମରେ ଆସୁନାହିଁ ! ଜନ ଆରୋଗ୍ୟ ସମିତି ର ବୈଠକ ଠିକ ସମୟରେ ବସୁନାହିଁ କିମ୍ବା ଏହା ସଠିକ ଭାବେ କାମ କରୁନାହିଁ !

9) ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୪ ଟି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ମଧ୍ୟରୁ ମେହେନ୍ଦିନଗର ଓ ବନ୍ଧକଟା Wellness Centre ର ମାନ୍ୟତା ପାଇଥିବା ବେଳେ ବଛରାଇ ଓ ରଘୁନାଥପୁର Sub Centre ଦୁଇଟି Wellness Centre ର ମାନ୍ୟତା ଏ ପର୍ଯ୍ୟନ୍ତ ପାଇନାହାନ୍ତି, ଯାହା ନିହାତି ଆବଶ୍ୟକ !

10) ଯମପଡ଼ା ଠାରେ ଏକ Welness Centre ର ଆବଶ୍ୟକତା ରହିଛି! ଯମପଡ଼ା ଅଞ୍ଚଳ ଏବେ ରଘୁନାଥପୁର ଉପକେନ୍ଦ୍ର ଅଧୀନରେ ଅସୁଛି ଏବଂ ଏକ ବୃହତ ଅଞ୍ଚଳ ହୋଇଥିବାରୁ ଯମପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ Wellness Centre ର ଆବଶ୍ୟକତା ରହିଛି !

11) ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରର ସମସ୍ତ ଜମି ମେଡ଼ିକାଲ ନାମକୁ ଆସିନଥିବାରୁ ତେଜେଶ୍ୱର ପରିଡ଼ା, ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କୁ ଏହି କାମରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି !

13) ମେଡିକାଲର ଅନେକ ଭିତ୍ତଭୂମି କାର୍ଯ୍ୟର ଆବଶ୍ୟକତା କୁ ଅନୁଧ୍ୟାନ କରି ଏଠାରେ ସମସ୍ତ ପ୍ରକାରର ଆର୍ଥିକ ଓ ପ୍ରଶାସନିକ ସହଯୋଗ ପାଇଁ ସ୍ଥାନୀୟ ମାର୍ଶାଘାଇ ବ୍ଲକ BDO ଓ କେନ୍ଦ୍ରାପଡ଼ା Collector ଙ୍କୁ ଶ୍ରୀ ପରିଡ଼ା ଅନୁରୋଧ କରିଛନ୍ତି |

ଏହି ସମସ୍ତ ସମସ୍ୟାର ତୁରନ୍ତ ସ୍ଥାୟୀ ସମାଧାନର ଆବଶ୍ୟକତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, CDMO, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ତେଜେଶ୍ୱର ପରିଡ଼ା ଅନୁରୋଧ କରିଛନ୍ତି !

Comments are closed.