ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ କୋର୍ ଇଞ୍ଜିୟରିଂରେ ଏଆଇ ଓ ମେସିନ୍ ଲର୍ଣ୍ଣିଂ ନେଇ କର୍ମଶାଳା ଅନୁଷ୍ଠିତ ।

0

ଗଜପତି ,୬।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ରାଜସୀତାପୁରଠାରେ ଅବସ୍ଥିତ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ “କୋର୍ ଇଞ୍ଜିନିୟରିଂରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ” ଶୀର୍ଷକ ଏକ ମ୍ୟାଟଲାବ୍ ଓ ସିମୁଲିଙ୍କ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅଧୀନସ୍ଥ ଇସିଇ-ଇଇଇ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଏଲମାକ୍ସ ସିଷ୍ଟମ୍ସ ଆଣ୍ଡ ସଲ୍ୟୁସନ୍ସର ମ୍ୟାଟଲାବ୍ ଆପ୍ଲିକେସନ୍ ଇଞ୍ଜିନିୟର୍ ଶ୍ରୀ ପିକନ୍ ମଜୁମଦାର ମୁଖ୍ୟ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ମ୍ୟାଟଲାବ୍ ଓ ସିମୁଲିଙ୍କ୍‌ର ଆଧୁନିକ ପ୍ରୟୋଗ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରିଥିଲେ।କର୍ମଶାଳାରେ ଡାଟା ଆକ୍ୱିଜିସନ୍ ଓ ଆନାଲିଟିକ୍ସ, ଡାଟା ପ୍ରିପ୍ରୋସେସିଂ ଓ ଭିଜୁଆଲାଇଜେସନ୍, ନ୍ୟୁମେରିକାଲ୍ ମେଥଡ୍ସ, କର୍ଭ ଫିଟିଙ୍ଗ୍, ସୁପରଭାଇଜ୍ଡ ଓ ଅନ୍‌ସୁପରଭାଇଜ୍ଡ ମେସିନ୍ ଲର୍ଣ୍ଣିଂ, ରିଗ୍ରେସନ୍ ଓ କ୍ଲାସିଫିକେସନ୍, ଇମେଜ୍ ପ୍ରୋସେସିଂ, ଡିପ୍ ଲର୍ଣ୍ଣିଂ ଏବଂ କମ୍ପ୍ୟୁଟର୍ ଭିଜନ୍ ସମେତ ବିଭିନ୍ନ ବିଷୟରେ ଆଲୋଚନା ଓ ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା।ଡ. ପ୍ରଭାତ କୁମାର ପଟ୍ଟନାୟକ କର୍ମଶାଳାର ସମନ୍ୱୟ ଦାୟିତ୍ୱ ତୁଲାଇଥିବା ବେଳେ ପ୍ରଫେସର୍ ଦିନେଶ କୁମାର, ପ୍ରଫେସର୍ ଏନ୍. ଜୀବରତ୍ନମ୍, ଡ. ଅରବିନ୍ଦ ବାଗ୍, ଡ. ଦୁଖୀଶ୍ୟାମ ସାବତ, ଡ. ଆଶିଷ ରଞ୍ଜନ ଷଡ଼ଙ୍ଗୀ, ଡ. ରିଭୁ ଆଭୂଷଣ ପଣ୍ଡା ଓ ପ୍ରଫେସର୍ ଏସ୍. ଏନ୍. ପାଢ଼ୀ ଫ୍ୟାକଲ୍ଟି ଇନ୍‌ଚାର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ।କର୍ମଶାଳା ମାଧ୍ୟମରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମ୍ୟାଟଲାବ୍ ଆଧାରିତ କମ୍ପ୍ୟୁଟେସନାଲ୍ ଟୁଲ୍ସ ଏବଂ ଏଆଇ/ଏମ୍‌ଏଲ୍ ଟେକ୍ନିକ୍ସ ସମ୍ପର୍କରେ ପ୍ରାୟୋଗିକ ଅନୁଭୂତି ହାସଲ କରିଥିଲେ। ଏହି କର୍ମଶାଳା ଶିକ୍ଷାଦାନ, ଗବେଷଣା ଓ କୋର୍ ଇଞ୍ଜିନିୟରିଂ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ସମନ୍ୱୟକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.