ଭୁବନେଶ୍ବର : ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ହଲଚଲ୍। LPG ଯୋଗାଣରେ ବ୍ୟାଘାତ ଏବଂ ବ୍ଲାକ୍ ମାର୍କେଟିଂ ଅଭିଯୋଗ ପରେ ଆକ୍ସନ ମୋଡ୍ରେ ସରକାର। ଆଜି ବସିବାକୁ ଯାଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଖାଉଟିଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଛି ଖାଦ୍ୟ ଯୋଗାଣ ବିଭାଗ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ହାଇ-ଲେଭଲ୍ ମିଟିଂ। ଏଥିରେ ବିଭାଗୀୟ ସଚିବଙ୍କ ସମେତ ଗ୍ୟାସ ବିତରକ ଏଜେନ୍ସିର ପ୍ରତିନିଧିମାନେ ସାମିଲ ହେବେ। ରାଜ୍ୟରେ ଗ୍ୟାସର କୃତ୍ରିମ ଅଭାବ କାହିଁକି ଦେଖାଦେଉଛି ଏବଂ ଯୋଗାଣରେ କେଉଁଠି ରହିଛି ସମସ୍ୟା, ସେନେଇ ହୋଇପାରେ ବିସ୍ତୃତ ଆଲୋଚନା।
Comments are closed.