ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୱେଲ ଫେୟାର ଟ୍ରଷ୍ଟ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ |

ଝରିଗାଁ, ନବରଙ୍ଗପୁର 10/06-2026: (ଶେଖର ଖୁରା) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମରା ପଂଚାୟତ ଅନ୍ତର୍ଗତ ଚନ୍ଦନଧାରା ପର୍ଯ୍ୟଟନ ସ୍ଥଳୀରେ ବୁଧବାର ଦିନ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଝରିଗାଁ ବ୍ଲକ ସଭାପତି ସବ୍ୟସାଚୀ ଭରତିଆଙ୍କ ପରିଚାଳନା ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବଡ଼ଟେମରା ସରପଞ୍ଚ ଶ୍ରୀମତୀ ଯମୁନା ମୁଦୁଲି ଯୋଗଦେଇଥିବା ବେଳେ ଚନ୍ଦନଧାରା ଶୈବ୍ୟପୀଠ ସଭାପତି ରଜନୀକାନ୍ତ ପଟ୍ଟନାୟକ,ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଝରିଗାଁ ବ୍ଲକ ସଭାପତି ପ୍ରତାପ ଦୁରିଆ,ବଡ଼ଟେମରା ନାଏବ ସରପଞ୍ଚ ବିମଳା ମାଝୀ,ବଡ଼ଟେମରା ପଂଚାୟତର ସମାଜସେବୀ ଦେବିସିଂ ମୁଦୁଲି, ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୱେଲ ଫେୟାର ଟ୍ରଷ୍ଟର ପ୍ରତିଷ୍ଠାତା ହିମାଂଶୁ ଶେଖର ବାଗ, ସଂଗଠନର ସଭାପତି ଶେଖର ଖୁରା,ସାଧାରଣ ସମ୍ପାଦକ ଅଶୋକ ସାହୁ, ଲକ୍ଷ୍ମୀ ଟାକ୍ରୀ ପ୍ରମୁଖ ମଞ୍ଚାସିନ ରହିଥିଲେ |

ପ୍ରଭୁ ଚନ୍ଦନେଶ୍ୱରଙ୍କ ପୂଜାର୍ଚନା ପରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା |ସଙ୍ଘର ସଭାପତି ଶେଖର ଖୁରା ଅତିଥି ମାନଙ୍କ ପରିଚୟ ଦେବା ପରେ ସଙ୍ଘର ସଦସ୍ୟମାନେ ଅତିଥି ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ |ସଂଘର ବରିଷ୍ଠ କର୍ମକର୍ତାମାନେ ସଂଗଠନ ଗଠନ କରିବାର ଉଦେଶ୍ୟ ଓ ମୂଳ ଲକ୍ଷ୍ୟ ବିଷୟରେ ବୁଝେଇବା ସହିତ ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ |ଠିକ ସେହିପରି ବରେଣ୍ୟ ଅତିଥିମାନେ ମଧ୍ୟ ନିଜ ନିଜ ଅବିଭାଷଣ ରଖିବାକୁ ଯାଇ ସମାଜରେ ସାମ୍ବାଦିକ ମାନଙ୍କ କର୍ତବ୍ୟ,ସାମ୍ବାଦିକ,ଜନସାଧାରଣ, ଜନ ପ୍ରତିନିଧି ଓ ପ୍ରଶାସନ ସହିତ ସାମ୍ବାଦିକ ମାନଙ୍କ ସୁସମ୍ପର୍କ ସ୍ଥାପନ ଇତ୍ୟାଦି ବିଷୟରେ କହିଥିଲେ |ଶେଷରେ ଦୁଇଜଣ ସମାଜସେବୀ ରଜନୀକାନ୍ତ ପଟ୍ଟନାୟକ ଓ ନବରଙ୍ଗପୁର ଅଞ୍ଚଳର ସମାଜସେବୀ ସେବକ ଗରଡ଼ାଙ୍କୁ ସେମାନଙ୍କ ନିସ୍ୱାର୍ଥପର ସମାଜସେବା ପାଇଁ ପ୍ରଶଂସା କରିବା ସହିତ ସେମାନଙ୍କୁ ସମାଜସେବୀ ଭାବେ ମାନପତ୍ର ପ୍ରଦାନ କରାଯାଇଥିଲା |ଶେଷରେ ଧନ୍ୟବାଦ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲାନବରଙ୍ଗପୁର ପୁର ରୁ ଶେଖର ଖୁରା ଙ୍କ ରିପୋର୍ଟ l

Comments are closed.