କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ତାଡ଼ୁଆବାହାଲ ନିକଟରେ ବସ୍ ଦୁର୍ଘଟଣା । ଶୁକ୍ରବାର ସକାଳ ପ୍ରାୟ ୭ଟା ୨୦ ମିନିଟ୍ ସମୟରେ OISF (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ର ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାନୁସାରେ, ବସ୍ରେ ପ୍ରାୟ ୨୨ ଜଣ OISF କର୍ମଚାରୀ ଥିଲେ । ଦୁର୍ଘଟଣାରେ ୧୯ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ବେଳେ, ସେଥିମଧ୍ୟରୁ ୬ ଜଣଙ୍କୁ ବାସୁଦେବପୁର ସିଏଚ୍ସିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛି ।
ଅନ୍ୟ ୧୩ ଜଣ ଆହତଙ୍କୁ ଚମ୍ପୁଆ ଉପଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଆବଶ୍ୟକ ଚିକିତ୍ସା ପରେ ସେମାନଙ୍କୁ ମଧ୍ୟ ଡିସଚାର୍ଜ କରାଯାଇଛି । ଏହି ଦୁର୍ଘଟଣାରେ କୌଣସି ଗୁରୁତର ଆହତ କିମ୍ବା କାହାର ମୃତ୍ୟୁ ହୋଇନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ଓ ଆଇଏସ୍ ଅଫିସର ବିଶାଳ ସିଂହ ପ୍ରାଥମିକ ରିପୋର୍ଟ ଜାରି କରି ସୂଚନା ଦେଇଛନ୍ତି ।
Comments are closed.