ମଦନପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ(୨୯/୦୧): ଓଡ଼ଗାଁ ଶିକ୍ଷାମଣ୍ଡଳ ଅନ୍ତର୍ଗତ କୁରାଳ କ୍ଲଷ୍ଟର୍ ଅଧୀନରେ ଥିବା ମଦନପୁର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଭାବେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୄଷ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମଣ୍ଡଳ ଅତିରିକ୍ତ ଶିକ୍ଷାଧିକାରୀ ତଥା ମଧ୍ୟାହ୍ନ ଭୋଜନ ବ୍ଲକ୍ ନୋଡାଲ ଅଫିସର୍ ରଘୁନାଥ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶଙ୍କର ଦାସ,କୁରାଳ କ୍ଲଷ୍ଟର୍ ସିଆରସିସି ମନୋଜ କୁମାର ଦାସ, ମଶାବାରୀ କ୍ଲଷ୍ଟର୍ ସିଆରସିସି ଯଶୋବନ୍ତ ପଟ୍ଟନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯମୁନା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାର୍ଷିକ ଉତ୍ସବର ମହତ୍ତ୍ଵ ଏବଂ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହନ୍ତ କୁମାର ସେଠୀ ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ଇତିଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ କୄତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରିପୋର୍ଟ-ସନାତନ ମହାକୁଡ଼।

Comments are closed.