ନ୍ୟୁଟ୍ରିସନ୍ ଓ୍ବିକ୍ : ସେଲିବ୍ରେଟ୍ ଦ ଓ୍ବାର୍ଲ୍ଡ ଅଫ ଫ୍ଲେବର୍ସ

ଡା ଇପ୍‌ସିତା ପ୍ରଧାନ

ପ୍ରତିବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହକୁ ଆମ ଦେଶରେ ନ୍ୟୁଟ୍ରିସନ୍ ଓ୍ବିକ୍ ଭାବରେ ପାଳନ କରାଯାଏ। ୧୯୭୫ ମସିହାରେ, ଆମେରିକାନ୍ ଡାଏଟେଟିକ୍ ଆସୋସିଏସନ୍ ବା ବର୍ତ୍ତମାନର ଏକାଡେମୀ ଅଫ ନ୍ୟୁଟ୍ରିସନ୍ ଆଣ୍ଡ୍ ଡାଏଟେଟିକ୍ସ ପ୍ରଥମ ଥର ପାଇଁ “ନ୍ୟୁଟ୍ରିସନ୍ ଓ୍ବିକ୍” ପାଳନ କରିଥିଲେ। ସାଧାରଣ ଓ ସମାଜର ସମସ୍ତ ମଣିଷଙ୍କୁ ଖାଦ୍ୟ ବା ନ୍ୟୁଟ୍ରିସନ୍ ର ଆବଶ୍ୟକତା ତଥା ଆମ ଦୈନନ୍ଦିନ କର୍ଯ୍ୟ ପାଇଁ ତା’ର ମହତ୍ତ୍ଵ ବୁଝାଇବା ହିଁ ଏହି ସପ୍ତାହ ପାଳନ କରିବାର ମୂଳ ଏବଂ ମୂଖ୍ୟ ଲକ୍ଷ୍ୟ ଥିଲା। ବର୍ଷ ୧୯୮୨ ପ୍ରଥମ ଥର ପାଇଁ ଭାରତରେ ନ୍ୟୁଟ୍ରିସନ୍ ଓ୍ବିକ୍ ପାଳନ କରାଯାଇଥିଲା। ଉତ୍ତମ ସ୍ବାସ୍ଥ୍ୟ ଓ ହେଲ୍ଦି ଲାଇଫ ଷ୍ଟାଇଲ ପାଇଁ ବ୍ୟାୟାମ, ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଉପଯୁକ୍ତ ଏବଂ ଷୁଷ୍ଟିକର ଖାଦ୍ୟ ଖୁବ୍ ଜରୁରୀ। ଉପଯୁକ୍ତ ବା ପୁଷ୍ଟିକର ବା ବାଲାନ୍ସଡ୍ ଡାଏଟ୍ କହିଲେ ଯେ କେବଳ ପେଟ ଭର୍ତ୍ତି ହେଲା ଭଳି ପରିମାଣ କିମ୍ବା ପାଟିକୁ ସ୍ବାଦ ଲାଗିଲା ଭଳି ଖାଦ୍ୟକୁ ବୁଝାଏ ତା’ନୁହେଁ, ବର° ଏହାର ଅର୍ଥ ଗୋଟିଏ ସଠିକ୍ ଖାଦ୍ୟ ପ୍ରଣାଳୀ ଯେଉଁଥିରେ ଉପଯୁକ୍ତ ପରିମାଣର ଶ୍ବେତସାର, ପୃଷ୍ଟିସାର, ସ୍ନେହସାର, ଭିଟାମିନ୍ସ ଓ ମିନେରାଲ୍ସ ଥାଏ। ଜୀବନ ଚକ୍ର ଓ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।
ଖାଦ୍ୟ ଓ ନ୍ୟୁଟ୍ରିସନ୍ ଓ୍ବିକ୍ ର ମହତ୍ତ୍ଵ ବୁଝାଇବାକୁ ଯାଇ ଏହି ସପ୍ତାହରେ ଭାରତ ସରକାରଙ୍କ ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ ଅଧିନରେ ଥିବା ଦ ଫୁଡ୍ ଆଣ୍ଡ୍ ନ୍ୟୁଟ୍ରିସନ୍ ବୋର୍ଡ ଅଫ ଇଣ୍ଡିଆ ସପ୍ତାହବ୍ୟାପୀ ଅନେକ କାର୍ଯ୍ୟକ୍ରମ କରାଇଥାନ୍ତି ଏବଂ ବିଭିନ୍ନ ସରକାରୀ ଯୋଜନା ବା ପ୍ରୋଗ୍ରାମ ମାନ ଘୋଷଣା କରନ୍ତି। ପ୍ରତିବର୍ଷଏକାଡେମୀ ଅଫ ନ୍ୟୁଟ୍ରିସନ୍ ଆଣ୍ଡ୍ ଡାଏଟେଟିକ୍ସ ଏହି ନ୍ୟୁଟ୍ରିସନ୍ ସପ୍ତାହ ପାଳନ କରିବା ପାଇଁ ଗୋଟିଏ “ଥିମ୍” ବାଛିଥାନ୍ତି। ସେଇ ପରିପ୍ରେକ୍ଷୀରେ ବର୍ଷ ୨୦୨୨ପାଇଁ ନ୍ୟୁଟ୍ରିସନ୍ ଓ୍ବିକ୍ ର ଥିମ୍ ହେଉଛି “ସେଲିବ୍ରେଟ୍ ଦ ଓ୍ବାର୍ଲ୍ଡ ଅଫ ଫ୍ଲେବର୍ସ”। ଏହାର ଅର୍ଥ ଏବଂ ଉଦ୍ଦେଶ୍ୟ ହେଉଛି ମଣିଷର ଖାଦ୍ୟ ଥାଳିରେ କେବଳ ଗୋଟିଏ ପ୍ରକାରର ଖାଦ୍ୟ ସାମିଲ ନକରି ବିଭିନ୍ନ ଦେଶ, ଜଳବାୟୁରେ ଓ ସମାଜରେ ଦେଖାଯିଉଥ ଖାଦ୍ୟ ପଦାର୍ଥ ଓ ପ୍ରଣାଳୀକୁ ନିଜ ଖାଦ୍ୟ ତାଲିକା ଓ ଥାଳିରେ ସାମିଲ କରିବା। ଭିନ୍ନଭିନ୍ନ ଦେଶ କିମ୍ବା ସମାଜର ଖାଦ୍ୟାଭ୍ୟାସକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରିବା ଦ୍ୱାରା କେବଳ ଯେ ଆମକୁ ସ୍ବାସ୍ଥ୍ୟଗତ ଉପକାରିତା ମିଳେ ତା’ନୁହେଁ ବର° ଏହାଦ୍ବାରା ଆମେ ନିତିଦିନିଆ ଖାଦ୍ୟର ମଧ୍ୟ ଅଲଗା ଅଲଗା ପ୍ରକାର ସ୍ବାଦ ପାଇପାରିବା ଏବଂ ବିଶ୍ବର ବିଭିନ୍ନ ଦେଶର ସ°ସ୍କୃତି ବିଷୟରେ ମଧ୍ୟ ଜାଣିବାକୁ ସୁଯୋଗ ପାଇବା।

ଭୁବନେଶ୍ୱର

Comments are closed.