କଟକ (୩/୧): ପବିତ୍ର ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା କଟକ ଜିଲ୍ଲା ଚୌଦ୍ୱାର ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ସୁକୁଆସାହି ଠାରେ ଏକ “ବିଶ୍ୱ ଶାନ୍ତି ହୋମଯଜ୍ଞ” ଆୟୋଜିତ ହୋଇଥିଲା। ଦିବା ୧୧ ଘଟିକା ସମୟରେ ବୈଦିକ ମନ୍ତ୍ରପୋଚାର ଏବଂ ଭଜନ କୀର୍ତ୍ତନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଗାୟତ୍ରୀ ପରିବାର ଚୌଦ୍ୱାର ଶାଖାର ଶ୍ରୀ ସରୋଜ କୁମାର ମହାନ୍ତି, ଶ୍ରୀ ସନ୍ୟାସୀ ଦାସ ଏବଂ ଶ୍ରୀମତୀ ପ୍ରଭାତ କୁମାରୀ ପଟ୍ଟନାୟକ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଶ୍ରୀ ମିଟୁ ସିଧୁ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଟୁନି ସିଧୁ ଏବଂ ଶ୍ରୀ କେଦାର ମୁଣ୍ଡା ଯଜମାନର ଦାଇତ୍ୱ ତୁଲାଇଥିଲେ। ସମସ୍ତ ଗ୍ରାମବାସୀ ତଥା ଆଖପାଖର ବାସିନ୍ଦାମାନେ ବହୁତ ଉତ୍ସାହର ସହିତ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ଣ୍ଣାହୁତି ଏବଂ ମହାପ୍ରସାଦ ବଣ୍ଟନ ସହିତ ଅପରାହ୍ନ ୦୪ ଘଟିକା ସମୟରେ ସମାପ୍ତ ହୋଇଥିଲା । ଆନନ୍ଦମ ଫାଉଣ୍ଡେସନ ଚୌଦ୍ୱାର ଶାଖାର ଶ୍ରୀ ଅଶୋକ କୁମାର ନାୟକ, ଶ୍ରୀ ଜନ୍ମେଜୟ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲା ବେଳେ ଇଛା ନାଏକ ଏବଂ ଶ୍ରୀ ବନମାଳୀ ମୁଣ୍ଡା ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଭାବୀ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଥିଲା। ଶ୍ରୀ ମନୋଜ ଦାସ (ସାଧାରଣ ସମ୍ପାଦକ, ଆନନ୍ଦମ ଫାଉଣ୍ଡେସନ) ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରିପୋର୍ଟ-ସନାତନ ମହାକୁଡ଼ ।
Sign in
Sign in
Recover your password.
A password will be e-mailed to you.
Comments are closed.