ଥକାମନ ଚାଲ ଏଥର
============
ଥକାମନ ଚାଲ ଏଥର,
କାଳିଆର ଆଜି ପର୍ବ ମକର l
ଫେରି ଆସିଛନ୍ତି ଲକ୍ଷ୍ମୀ ବାପଘରୁ,
ସଙ୍ଗେ ଧରି ପୁଣି ମକର ଭାର ll
ଗରୁଡ଼ ଆସନେ ମୁରାରୀ,
ସଙ୍ଗେ ଭାଈ ଭଉଣୀ ଧରି l
ମହା ଐଶ୍ୱର୍ଯ୍ୟରେ ଶ୍ରୀକ୍ଷେତ୍ର ବିହାର,
ଶଶୁର ଯାହାର ରତନାକର ll
ଧନୁ ମାସେ ପହିଲି ଭୋଗ,
କାଳିଆର ବାତ୍ସଲ୍ୟ ଯୋଗ l
ଯଶୋମତି ମାଆ ସାଦରେ ଭୁଞ୍ଜାନ୍ତି,
ଦୁଃଖୀଧନ ନୀଳମଣି ମୋହର ll
ଲୀଳା ମୟ କ୍ଷେତ୍ର ବିହାରୀ,
ମାତା ଗଲେ ଗୋପ ନଗରୀ l
ସାଗରଦୁଲଣୀ ରୋଷ ଶାଳେ ବିଜେ
ସୁନା ଚଟୁ ବୁଲେ ଚଅର ଚର ll
ଆଜ ଶ୍ରୀ ମକର ଚୌରାଶି,
ବେଶ ହେବେ ଶ୍ରୀ ବ୍ରହ୍ମରାଶି l
ଟାହିଆ ଟୋପରା ଦିଶେ କେଡ଼େ ତୋରା
ପ୍ରଭୁ ଚକାଡୋଳା ନୀଳ ସୁନ୍ଦର ll
ମାନନୀୟ ଚକା ନୟନ,
ଭକତେ ନୋହିବ କୃପଣ l
ମକର ଚାଉଳେ ମକର ବସିବି,
ପୁରାଇବ ଆଶା ବିଶ୍ୱ ହୁନ୍ଦର ll
ଥକାମନ ଚାଲ ଏଥର
କାଳିଆ ପରଵ ଆଜି ମକର !!!
🙏🙏🙏
ଅର୍ଜୁନୀ
——————-
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.