ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଆନ୍ତଃବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ ଓ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଗୌତମ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଜି. ସାରଦା ପ୍ରସାଦ ରାଓ ଏବଂ ଲୋକ ସମ୍ପର୍କ ଉପ ସାଧାରଣ ପ୍ରଶାସକ ଧ୍ରୁବ ଚରଣ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିକ୍ଷକ ରାଜେନ୍ଦ୍ର ନାଥ ଓ ସସ୍ମିତା ମଣ୍ଡଳଙ୍କ ପରିଚାଳନାରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ପ୍ରଦର୍ଶିତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ପିଲାମାନେ ବୁଲି ଦେଖିଥିଲେ। ବୈକୁଣ୍ଠନାଥ ତାରିଣୀଆ ଓ ଦେବୀ ଅର୍ଚ୍ଚନା ମହାନ୍ତି ଅତିଥି ଭାବେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଶିକ୍ଷାବିତ୍ ସୁଧୀର କୁମାର ନାୟକ, ସୁଶୀଲ କୁମାର ସ୍ୱାଇଁ, ଶଶୀକାନ୍ତ ସ୍ୱାଇଁ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଶିକ୍ଷୟତ୍ରୀ ତପସ୍ୱିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅୟୋଜିତ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀରେ ବହୁ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଶିକ୍ଷାଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.