ଶନିବାର ବନ୍ଦ ରହିବ ଖୋର୍ଦ୍ଧାର ୧୩୯ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ଗୃହ ବିଭାଗ ଅଧିନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ ତାରିଖ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ଖୋର୍ଦ୍ଧା ଜିଲ୍ଲାର ୧୩୯ଟି ଶିକ୍ଷାନୁଷ୍ଠାନ ବନ୍ଦ ରହିବ।  ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସକାଳ ୯ ଟାରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପରୀକ୍ଷା ହେବ।ଗତ ଅଗଷ୍ଟ ୨୧ ତାରିଖରେ ହେବାକୁ ଥିବା ଏହି ପରୀକ୍ଷାକୁ ରାଜ୍ୟରେ ସୃଷ୍ଟି ହୋଇଥିବା ଜଟିଳ ବନ୍ୟା ପରିସ୍ଥିତି ପାଇଁ ୨୭ ତାରିଖକୁ ଘୁଞ୍ଚାଯାଇଥିଲା।

Comments are closed.