କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

କେନ୍ଦୁ ଝରଜିଲ୍ଲା : ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ । ଜିଲ୍ଲା ସଭାପତି ପ୍ରଦୀପ କୁମାର ବାରିକଙ୍କ ବାସଭବନରେ ଦୁଇ ଦିନ ବ୍ୟାପୀ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦୁଝର ଗଡ ପୌରାଞ୍ଚଳ ଯାଦବ ସମିତିର ସଦସ୍ୟ ବୃନ୍ଦ ଓ ହରିଚନ୍ଦନପୁର ବ୍ଲକ ଯାଦବ ସମିତି ପକ୍ଷରୁ ଏକ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ଜନ୍ମାଷ୍ଟମୀ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ନନ୍ଦ ଉତ୍ସବ ଅବସରରେ ତେଲକୋଇ ବ୍ଲକ ବାଡିଖେଳ ଦଳ, ବାଂଶପାଳ ବ୍ଲକ ହରି କୀର୍ତ୍ତନ ଦଳ, ହରିଚନ୍ଦନପୁର ବ୍ଲକ ସଂକୀର୍ତ୍ତନ ମଣ୍ଡଳୀ , କେନ୍ଦୁଝର ଜିଲ୍ଲା ଯାଦବ ସମାଜର ମହିଳା ସଂଗଠନର ସଦସ୍ୟ ବୃନ୍ଦ ଏବଂ ଅନ୍ୟାନ୍ୟ ବ୍ଲକର କୀର୍ତ୍ତନ ମଣ୍ଡଳୀ ତଥା ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଯାଦବ ଭାଇ ଭଉଣୀଙ୍କ ସମାବେଶରେ ଏକ ବିରାଟ ପଟୁଆର ସହର ପରିକ୍ରମା କରି ଆସିବା ପରେ ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନ,କ୍ଷେତ୍ରବାସୀ ମହାକୁଡ, ପୁରୁଷୋତ୍ତମ ଦାସ, ଉପସଭାପତି ହରେକୃଷ୍ଣ ପଲେଇ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, ସଂଗଠନ ସମ୍ପାଦକ ରାଜକିଶୋର ବାରିକ, ବ୍ଲକ ସଭାପତି ଜିତେନ୍ଦ୍ର ବେହେରା, ଦଶରଥ ବାରିକ,ଭୋଳନାଥ ଖୁଣ୍ଟିଆ , ଶୁକଦେଵ ମହାକୁଡ(ହରିଚନ୍ଦନପୁର), ଶୁକଦେବ ମହାକୁଡ (ବାଂଶପାଳ), ଅଜୟ ଦାସ (କେନ୍ଦୁଝର ମୁନିସିପାଲଟି) , ଜିଲ୍ଲା ଯୁବ ଯାଦବ କାର୍ଯ୍ୟକାରୀ ସଭାପତି ପପୁ ଯାଦବ,ମହିଳା ଯାଦବ କାର୍ଯ୍ୟକାରୀ ସଭାପତି ମମତା ସିଂହ ଓ ଜିଲ୍ଲା ସଂଯୋଜକ ଶଶୀଭୂଷଣ ଦାସ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Comments are closed.