*ନବରଙ୍ଗପୁର, ୨୬/୧୧/୨୦୨୬:* ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଛି।
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପ୍ସା ଗୋଛାୟତ, ପ୍ୟାନେଲ ଓକିଲ କିଶୋରୀ ପଟ୍ଟନାୟକ, ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସିପ୍ରାଙ୍କିତା ପଣ୍ଡାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଆଇନ ସେବା ଅଧିକାରୀମାନେ ଭାରତୀୟ ସମ୍ବିଧାନର ପ୍ରଣୟନ ଓ ଏହାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ନାଗରିକଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ସଚେତନତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ।
ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନିଜ ଅଧିକାର ସହ କର୍ତ୍ତବ୍ୟ ପ୍ରତି ସଚେତନତା ସୃଷ୍ଟି କରିବାର ଉଦ୍ୟମ କରାଯାଇଥିଲା।
ସମ୍ବାଦଦାତା: ଶେଖର ଖୁରା