ଭଦ୍ରକ(୨୨/୧୧) : ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୭ ତମ ଜୟନ୍ତୀ ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଯୁବ ସ୍ତମ୍ଭ ଲେଖକ ତଥା ସମାଜସେବୀ ଶ୍ରୀଯୁକ୍ତ ରବିନାରାୟଣ ପଟ୍ଟନାୟକଙ୍କୁ ମହତାବ ସେବା ସମ୍ମାନ-୨୦୨୬ ପ୍ରଦାନ କରାଯାଇଛି । ଭଦ୍ରକ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ବୃନ୍ଦଙ୍କ ଗ୍ରହଣରୁ ସ୍ତମ୍ଭକାର ଶ୍ରୀ ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ପ୍ରିତିପ୍ରଜ୍ଞା ପଟ୍ଟନାୟକ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ ।ଅତିଥି ମାନେ ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ । ଶ୍ରୀ ପଟ୍ଟନାୟକ ସମାଜସେବା ସହ ସ୍ତମ୍ବକାର ଭାବେ ବେଶ୍ ପରିଚିତ । ଦୈନିକ ଖବର କାଗଜରେ ସ୍ତମ୍ବ ଲେଖିବା ଓ ସମାଜ ସେବା ପାଇଁ ସେ ଓଡ଼ିଶା ର ବିଭିନ୍ନ ଜାଗାରୁ ସମ୍ମାନିତ ହେଇଛନ୍ତି । ଏହି ସମ୍ମାନ ଗ୍ରହଣ କରିବା ପରେ ଶ୍ରୀ ପଟ୍ଟନାୟକ ଙ୍କୁ ବିଭିନ୍ନ ମହଲର ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।ରିପୋର୍ଟ-ସନାତନ ମହାକୁଡ଼ ।
Sign in
Sign in
Recover your password.
A password will be e-mailed to you.