ଗଜପତିରେ ଅକବାନ ପ୍ରଭାବହୀନ: ଘରକୁ ଫେରିଲେ ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିବା 25 ହଜାର ଜଣ ଲୋକ

0

ଗଜପତି,୨୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ସାମୁଦ୍ରିକ ଝଡ଼ ‘ଅକବାନ’ ଗଜପତି ଜିଲାରେ ସେପରି କୌଣସି ପ୍ରଭାବ ପକାଇ ନାହିଁ । ତଥାପି ସୁରକ୍ଷା ଦୃଷ୍ଟିରୁ ଗଜପତି ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ. ଏଥି ଅନୁଯାୟୀ ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଖୋଲା ଯାଇଥିବା 518 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ ଗତ 19 ତାରିଖ ଠାରୁ ବିପଦପୂର୍ଣ୍ଣ ଅଞ୍ଚଳରେ ରହିଥିବା 25 ହଜାରରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଆଶ୍ରୟ ସ୍ଥଳୀରେ ସୁରକ୍ଷା ପ୍ରଦାନ କରାଯାଇ ରଖା ଯାଇଥିଲା । ପାଣିପାଗ ବିଭାଗର ସୂଚନା ମୁତାବକ ଗଜପତି ପାଇଁ ରେଡ ଆଲର୍ଟ ଜାରି ହୋଇଥିଲେ ସୁଦ୍ଧା ଆକବନ ବାତ୍ୟା ପ୍ରଭାବହୀନ ହେବାରୁ ଗତ 19 ତାରିଖ ଠାରୁ ଗଜପତି ଜିଲ୍ଲାର 518 ଗୋଟି ଆଶ୍ରୟ ସ୍ଥଳୀରେ ରହିଥିବା 25 ହଜାର ଜନ ସାଧାରଣ ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ଛାଡି ନିଜ ନିଜ ଘର ଫେରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.