ଗଜପତି୨୧/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଗଜପତି ଜିଲ୍ଲାର ୬ ଜଣ ଓଡିଶା ବାସିନ୍ଦା ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଏବଂ ଆନ୍ଧ୍ର ପ୍ରଶାସନ ଏହି ୬ ଜଣ ଓଡିଶା ବାସିନ୍ଦା ହୋଇଥିଲେ ମଧ୍ୟ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପାଇଁ ଉସକାଇବା ଘଟଣା ନେଇ ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ଏହି ଘଟଣା ନେଇ ଗଜପତି ଗଙ୍ଗାବାଡ଼ର ସରପଞ୍ଚ ହରିବନ୍ଧୁ କାର୍ଜି ଗତକାଲି ଗଜପତି ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହାପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗଜପତି ରାୟଗଡ ବିଡ଼ିଓ, ତହସିଲଦାର ଏବଂ ଗାରାବନ୍ଧ ଥାନା ଅଧିକାରୀଙ୍କ ସମେତ ବିଭାଗୀୟ ଟିମ ଓଡିଶା ଗଜପତିର ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଆନ୍ଧ୍ର ନିର୍ବାଚନରେ ଭାଗ ନ ନେବା ପାଇଁ ବୁଝାଇ ଥିଲେ। ଏଥିରେ ୩ ଜଣ ସମ୍ମତ ପ୍ରକାଶ କରି ଆନ୍ଧ୍ର ନିର୍ବାଚନରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଅନ୍ୟ ୩ ଜଣ ଏହାକୁ ଖାତିର ନ କରି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେବା ନିଶ୍ଚିତ ବୋଲି ଦାବି କରି ଆତ୍ମଗୋପନ କରିଥିବା ଜଣା ପଡିଛି। ଯେଉଁ ୩ ଜଣ ଆନ୍ଧ୍ର ପଞ୍ଚାୟତର ୱାର୍ଡ ମେମ୍ବର ନିର୍ବାଚନରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ସେମାନେ ହେଲେ ଜିତୁ ଶବର, ଗଜପତି ଜିଲ୍ଲା ସାଙ୍କୁଡ଼ା ଗ୍ରାମର ଜିତୁ, ଆନ୍ଧ୍ର ମଞ୍ଜୁସା ଗ୍ରାମ ପଞ୍ଚାୟତର ସାବାକୋଟା ୱାର୍ଡ ମେମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିପରି ଗଜପତିର ମାଧିଆଖୋଲ ଗ୍ରାମର ଲକ୍ଷ୍ମୀ ଶବର ଓ ସୁକୁ ଶବର ଆନ୍ଧ୍ର ସାବାକୋଟାର ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଧରିଥିଲେ। ଆତ୍ମଗୋପନ କରିଥିବା ୩ ଜଣ ହେଉଛନ୍ତି ଗୁରୁ ନାଥ ଶବର, ବିପ୍ର ଶବର, ଶଙ୍କର ଶବର ଏହି ୩ ଜଣ ମାଣିକପାଟଣା ଓ ଗୁରୁଖୁଡି ଗ୍ରାମର ଅଟନ୍ତି ଏହି ୩ ଜଣ ଆନ୍ଧ୍ରର ବୁଡ଼ାରସିଂ ଓ ସାବାକୋଟା ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ତେଣୁ ଆତ୍ମଗୋପନ କରିଥିବା ଏହି ୩ ଜଣ ଓଡିଶା ବାସିନ୍ଦା ଆନ୍ଧ୍ର ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରିବା ନିଶ୍ଚିତ ହୋଇପଡିଛି।
Sign in
Sign in
Recover your password.
A password will be e-mailed to you.