ଭୁବନେଶ୍ୱର:ରାଜ୍ୟର ୩ଟି ଜିଲ୍ଲା ପାଇଁ ବର୍ଷା ଓ ପବନକୁ ନେଇ ସତର୍କତା ଜାରି ହୋଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲା ପାଇଁ ଅପରାହ୍ଣ ୨ଟା ୧୫ ମିନିଟ୍ ଏବଂ ପୁରୀ ଜିଲ୍ଲା ପାଇଁ ଅପରାହ୍ଣ ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ବର୍ଷା ସତର୍କତା ରହିଛି।
ଏହି ୩ଟି ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ବର୍ଷା ଓ ପବନ ସମୟରେ ଲୋକଙ୍କୁ ସତର୍କ ରହିବା ସହ ଅଯଥାରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।