ଗଞ୍ଜାମରେ ୫୦ ହଜାର ଲୋକ ସ୍ଥାନାନ୍ତର, ପବନ ସହ ବର୍ଷା ଜାରି

0

ବ୍ରହ୍ମପୁର : ବାତ୍ୟା ‘ଅକବାନ୍’ ଗଞ୍ଜାମ ଜିଲାର ଗୋପାଳପୁର ନିକଟବର୍ତ୍ତୀ ସମୁଦ୍ର କୂଳରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି। ସେହିକ୍ରମରେ ପ୍ରଶାସନ ଓ ପୁଲିସ ପକ୍ଷରୁ ସ୍ଥାନାନ୍ତର ଅଭିଯାନକୁ ଜୋରଦାର କରାଯାଇଛି। ଆଜି ସକାଳ ସୁଦ୍ଧା ସମୁଦ୍ର ତଟ, ନଦୀକୂଳ, ତଳିଆ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳରେ ରହୁଥିବା ୫୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଦକ୍ଷିଣାଞ୍ଚଳ ଆରଡିସି ବିଜୟ ଅମୃତ କୁଲାଙ୍ଗେ, ଜିଲାପାଳ ଭି କିର୍ତିଭାସନ ସମେତ ଏକାଧିକ ଆଇଏଏସ୍ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ମୁକାବିଲା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.