ନୂଆଗଡ ୧୮/୧୧ (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ପଞ୍ଚାୟତ ଗୁଡ଼ିକରେ ସମ୍ଭାବ୍ୟ ବାତ୍ୟା “ଅକଦ୍ଭାନ” କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି। ସାଧାରଣତଃ ଗଜପତି ଜିଲ୍ଲାର ନୂଆଗଡ ବ୍ଳକ୍ ର ଅଧିକାଂଶ ଅଞ୍ଚଳ ଭୂସ୍କଳନ ତଥା ପାହାଡିଆ ହୋଇଥିବାରୁ ଲୋକଙ୍କ ମଧ୍ୟରେ ବାତ୍ୟାର ଭୟ ଘାରିଛି। ବ୍ଲକ୍ ପ୍ରସାସନର ନିର୍ଦ୍ଦେଶକ୍ରମେ ବିଭିନ୍ନ ପଞ୍ଚାୟତ ତଥା ପରିମଳ, ସମ୍ବଲପର, ଅନୁଗୁର, କିରାମା, ଉଦୟପୁର ସମେତ ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ତଥା ପଞ୍ଚାୟତ ର ପ୍ରତିନିଧି ମାନେ ଅଞ୍ଚଳବାସୀଙ୍କୁ ଜରୁରୀ ସୂଚନା ପ୍ରଦାନ କରାଯାଉଛି। ଜରୁରୀ କାମ ନଥିଲେ ବାତ୍ୟା ସମୟରେ ବାହାରକୁ ନ ଯାଇ ସୁରକ୍ଷିତ ସ୍ଥାନରେ ରହିବା ସହିତ କ୍ଷେତରୁ ପାଚିଲା ଧାନ ସହ ସଶ୍ୟ ଗୁଡିକୁ ତୁରନ୍ତ ଅମଳ ସହ ସୁରକ୍ଷିତ ସ୍ଥାନରେ ରଖିବା ସକାଶେ ପ୍ରଚାର ମାଧ୍ୟ୍ୟମରେ ସଚେତନତା କରାଯାଉଛି।ଯେପରି କି ବାତ୍ୟାରେ କୌଣସି ପ୍ରକାର ଧନ ଜୀବନ କ୍ଷତି ନ ହେବା ସକାଶେ ସମସ୍ତ ଦିଗରେ ବ୍ଲକ ପ୍ରଶାସନ ସଜାଗ ରହିଛି।
