ନୂଆଗଡ ୧୮/୧୧ (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ସଦର ସ୍ଥିତ ସ୍ଥାନୀୟ ଓଡ଼ିଆ ସାହି ଠାରେ ୩ ଦିନ ଧରି ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହଇଛି। ପୂର୍ବ ଦିନ ସ୍ଥାନୀୟ ସିଦ୍ଦେଶ୍ଵର ମନ୍ଦିର ନଦୀରୁ ଗଙ୍ଗା ଆବାହାନ କରାଯାଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ପରିବେଶ ଉତ୍ସବ ମୁଖର ରହିଛି। ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତିନ ଦ୍ଵାରା ପାରମ୍ପାରିକ ବାଦ୍ୟ ସହ ସାଂସ୍କୃତିକ ନୃତ୍ୟ ମଧ୍ୟ ଲାଗି ରହିଛି। ନାମଯଜ୍ଞ, ଘୃତଯଜ୍ଞ ସହ ଅନ୍ମଯଜ୍ଞ ର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଭିନ୍ନ ପ୍ରକାର ଆଲୋକ ମଳାରେ ସୁସଜ୍ଜିତ କରାଯାଇଛି। ରାୟଗଡ, ରା.ଉଦୟଗିରି,ଗୁମ୍ମା ବ୍ଲକ୍ ସମେତ ପୋଡଶୀ ରାୟଗଡ଼ା ଜିଲ୍ଲାର ମୋଟ ୨୩ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମର ଗ୍ରାମ୍ୟ କମିଟି,ସତସଙ୍ଗ ମଣ୍ଡଳୀ ସମେତ ଯୁବକ ସଂଘ ଦ୍ଵାରା ପ୍ରତିବର୍ଷ ଆୟୋଜିତ ହେଉଥିବା ପରିଚାଳନା କମିଟି ସଦ୍ଭାପତି ଚୈତନ୍ୟ ପାଇକ ଙ୍କ ଠାରୁ ସୂଚନା ରହିଛି।
