ଗଜପତି,୧୬.୧୧.(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୋଲାଗ୍ରାମ ରେ ଦେଖିବାକୁ ମିଳିଛି ଏକ କରୁଣ ଦୃଶ୍ୟ। ୪୦ ବର୍ଷୀୟ ନରେନ୍ଦ୍ର ଜେନା ନିଜ ଅସହାୟତା ଯୋଗୁଁ ନିଜ ୮୧ ବର୍ଷିୟ ବୃଦ୍ଧ ବାପାଙ୍କ ସାହାରା ରେ ଜୀବନ କାଟୁଛନ୍ତି। ନରେନ୍ଦ୍ର ବୃତ୍ତିରେ ଜଣେ ଶ୍ରମିକ ଭାବେ ପୂର୍ବରୁ କାର୍ଯ୍ୟ କରୁଥିବା ବେଳେ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଗତ ଛଅ ସାତ ମାସ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ନିଜର ଦୁଇଟି ଗୋଡ଼ ହରାଇ ଦେଇ ଥିବା ଗ୍ରାମବାସୀ କହିଛନ୍ତି ।

ସୂଚନା ପ୍ରକାରେ ଏକ ଦୋକାନରେ ମୁଲ ଲାଗିବା ପାଇଁ ଯାଇଥିବା ବେଳେ ବଡ କାଚ ଗୁଡ଼ାକ ତାଙ୍କର ଗୋଡ ଉପରେ ପଡ଼ି ଯାଇଥିଲା। ଯାହା ଫଳରେ ସେ ଗୁରୁତର ହେବାରୁ ତାଙ୍କୁ ଉକ୍ତ ଦୋକାନ ମାଲିକ ଚିକିତ୍ସାଳୟକୁ ନେଇ ନିଜସ୍ୱ ଖର୍ଚ୍ଚରେ ଚିକିତ୍ସା କରାଇ ଥିବା ଶୁଣିବାକୁ ମିଳିଛି। ହେଲେ ବହୁତ ଦୂଖର ବିଷୟ ଯେ ଚିକିତ୍ସା ତ ହେଇ ଗଲା କିନ୍ତୁ ଜୀବନ ଯାକ ଅପଙ୍ଗ ହୋଇ ରହି ଗଲେ ନରେନ୍ଦ୍ର ଜେନା। ଯାହା ଫଲରେ ନିଜ ପେଟ ପାଟଣା ଚଳାଇବା କଷ୍ଟ ହୋଇ ପଡ଼ିଛି। ଗୋଟେ ଘରେ ବାପା ପୁଅ ରହି ଆସୁଥିବା ବେଳେ ଯେଉଁଠି ପୁଅ ବାପାର ସାହାରା ହେବା କଥା ସେ ସ୍ଥାନରେ ୮୪ ବର୍ଷିୟ ବାପା ନିଜ ପୁଅର ସେବା କରୁଛି। ଆୟ କିଛି ଭଲ ନଥିବା ବେଳେ କେବଳ ତିନି ହଜାର ପାଞ୍ଚ ଶହ ଟଙ୍କା ଭତ୍ତା ଆଉ ଦଶ କେଜି ରାସନ ଚାଉଳ ରେ ନିଜ ଅସହାୟ ପୁଅ ସହ ନିଜେ ଚଳୁଛି।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଅସହାୟ ଯୁବକ ପ୍ରତି ପ୍ରସାଶନ କେବେ ସହାୟ ହେବ ତାହା ଜନ ସାଧାରଣରେ ଆଲୋଚନା ହେଉଛି।