ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି

0

ଭୁବନେଶ୍ୱର : ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଭୁବନେଶ୍ୱରରେ ୧୭ ତମ ଓଡିଶା ବିଧାନସଭାର ସଦସ୍ୟଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢୀ। ସମସ୍ତ ବିଧାୟକ ଓ ଭୁବନେଶ୍ବର ସାଂସଦ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ। ଏହାପରେ ଉପରାଷ୍ଟ୍ରପତି କଟକରେ ମଧ୍ୟାହ୍ନ ୧୨ଟାରେ ବିଦ୍ୟାଧରପୁର ଅରିଲୋସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ ଟାୱାର ଉଦଘାଟନ କରିବେ।
ଅପରାହ୍ନ ୨ଟା ୫ରେ ସ୍ୱତନ୍ତ୍ର ବିମାନ ଯୋଗେ ଉପରାଷ୍ଟ୍ରପତିଙ୍କ ଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାରେ ମୋଟ୍ ୪୭ ପ୍ଲାଟୁନ୍ ଫୋର୍ସ ଓ ୧୪୨ ସେକ୍ସନ୍ ପୁଲିସ ମୁତୟନ ହୋଇଛନ୍ତି।
ସୂଚନାନୁଯାୟୀ, ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଉପରାଷ୍ଟ୍ରପତି। ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave A Reply

Your email address will not be published.