ଜେକେ କାଗଜ କଳ ତରଫରୁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

0

ଜେଜେ ପୁର : ତା ୦୪.୧୧.୨୦୨୬, ଜେକେ କାଗଜ କଳ ର ସାମାଜିକ ଦାୟିତ୍ଵ ବିଭାଗ ତରଫରୁ ପିତାମହଲ୍ ସ୍ଥିତ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହଯୋଗ ରେ ଆଜି କୁମୁଟିପେଣ୍ଠରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇ ଥିଲା । ଏହି ଶିବିରରେ ମୋଟ ୪୨ ଜଣ ରୋଗୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ଯରେ ୨୩ ଜଣ ରୋଗୀ ଙ୍କ ଦୂରଦୃଷ୍ଟି ଦୋଷ , ୫ ଜଣ ମୋତିଆବିନ୍ଦୁ, ୩ ଜଣ ଟେରିଜିମ଼ ସମସ୍ୟା ଥିବା ଚିହ୍ନଟ କରାଯାଇଛି। ମୋତିଆବିନ୍ଦୁ ରୋଗୀ ଙ୍କର ଫିଟନେସ ସାର୍ଟିଫିକେଟ ହେବାପରେ ଅସ୍ତ୍ରୋପଚାର ପାଇଁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ, ପିତାମହଲକୁ ପଠାଯିବ। ଦୂରଦୃଷ୍ଟି ଥିବା ରୋଗୀ ଙ୍କୁ ପରବର୍ତ୍ତୀ ସମୟରେ ଚଷମ। ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ଭିଜନ୍ ଟେକ୍ନିସିଏନ ରାଜକୁମାରୀ କୌଶଲ୍ୟା ଚକ୍ଷୁ ପରୀକ୍ଷା କରିଥିବା ବେଳେ, ଜେ କେ କାଗଜ କଳ ର ସାମାଜିକ ଦାୟିତ୍ଵ ବିଭାଗ ର ଉପ ପ୍ରବନ୍ଧକ ହରି ହର ଖମାରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave A Reply

Your email address will not be published.