ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ

0

ବାରିପଦା:ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ। ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ, ଝରଣା ଓ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ଏଥିପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।ଚଳିତ ପର୍ଯ୍ୟଟନ ଋତୁ ପାଇଁ ଶିମିଳିପାଳକୁ ଦୁଇଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ପିଠାବଟା ଗେଟ୍ ଏବଂ ଯଶିପୁରର କାଳିଆଣୀ ଗେଟ୍ ଦେଇ ପର୍ଯ୍ୟଟକମାନେ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ।ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ କିଛି ନୂଆ ନିୟମ ଲାଗୁ କରାଯାଇଛି। ବିଶେଷକରି ଶିମିଳିପାଳର କୋର୍ ଏରିଆ ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ କରାଯାଇଛି। ଜଙ୍ଗଲର ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.