ଗଜପତି, 30/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ବାତ୍ୟା ଅର୍ଣ୍ଣବର ପ୍ରକୋପ ଓ ବର୍ଷା କମିଲା । ହେଲେ ଏହି ବାତ୍ୟା ଗଜପତି ଜିଲ୍ଲାର ପ୍ରଳୟଙ୍କର କ୍ଷତିର କାରଣ ସାଜିଲା । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବହୁ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ଧାନ ଫସଲ ସହ ସମସ୍ତ ଫସଲ ଉଜୁଡି ଯାଇଛି । ଖବର ଲେଖିବା ସୁଦ୍ଧା ଗଜପତି ଜିଲ୍ଲାରେ ସାଧାରଣଙ୍କ ଜୀବନ ଯାତ୍ରା ଓ ପରିବହନ ବ୍ୟବସ୍ଥା ସମ୍ପୂର୍ଣ ଭାବେ ଠପ ହୋଇଯାଇଛି । ଏସବୁର ପ୍ରତିକାର ପାଇଁ ଗଜପତି ଜିଲ୍ଲାରେ ଆଜିକୁ 4 ଦିନ ଧରି ଡେରା ପକାଇ ଥିବା ମୁଖ୍ୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାର ନୋଡାଲ ଅଧିକାରୀ ବିଜୟ କୁମାର ଦାସଙ୍କ ପ୍ରତେକ୍ଷ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଲାଗି ରହିଛି ।
ତଥାପି ଅଧିକାଶ ଅଞ୍ଚଳରେ ବଡ଼ ଧରଣର କ୍ଷୟକ୍ଷତି ଘଟି ଥିବାରୁ ସେସବୁର ପୁନଃରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି. ତେଣୁ ଅନେକ ଅଞ୍ଚଳରେ ପାହାଡ଼ ଧସି ରାସ୍ତା ଉପରେ ପଡୁଥିବା ପଥର ଓ ପାହାଡ଼ ଅତଡ଼ା ହଟା ଯାଇଛି. ହେଲେ ମରାମତି ଓ ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ଯୋଗାଯୋଗ ଓ ଯାତାୟାତ ସମ୍ଭବପର ହୋଇପାରିନାହିଁ । ଖବର ଲେଖୁବା ସୁଦ୍ଧା କଇଁପୁର ଠାରୁ ଗଙ୍ଗାବାଡ଼ ରାସ୍ତା ଏବଂ ଲେଢାବନ୍ଧ ସେତୁ ଓ ଏହାର ଧୋଇ ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟ ସରିନାହିଁ । ତେଣୁ ଏପରି ଭାବେ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଯୋଗାଯୋଗ ଓ ପରିବହନର ସୁବିଧାରେ ସୁଧାର ଆସିପାରିନାହିଁ । ଅପରପକ୍ଷରେ ଗଜପତି ଜିଲ୍ଲାର ମୋଟ 281 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ 20 ହଜାରରୁ ଉର୍ଦ୍ଧ ଲୋକଙ୍କୁ ରଖାଯାଇ ଆଶ୍ରୟ ଦିଆ ଯାଇଥିଲା । ଆଜି ମଧ୍ୟ ସେହି ଆଶ୍ରୟ ସ୍ଥଳୀ ଗୁଡିକରେ 18 ହଜାରରୁ ଉର୍ଦ୍ଧ ଲୋକ ସେଭଳି ଭାବେ ଆଶ୍ରୟ ନେଇ ରହିଛନ୍ତି । ଏମାନଙ୍କୁ ଖାଦ୍ୟପେୟ, ଔଷଧ ପତ୍ର ଓ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.