ଗଜପତି 30/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଅର୍ଣ୍ଣବ ବାତ୍ୟା ଯୋଗୁଁ ସମଗ୍ର ଗଜପତି ଜିଲ୍ଲାର ସ୍ଥିତି ସମ୍ପୂର୍ଣ ରୂପେ ଦୋହଲି ଯାଇଛି. ଏଭଳି ସ୍ଥିତିରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗ୍ରାଉଣ୍ଡ ଜିରୋରେ ଆଣ୍ଠୁଏ ପାଣି ମଧ୍ୟରେ ପାଦଚଲାରେ ଚାଲି ଚାଲି ଗଜପତିରେ ବାତ୍ୟା ବିପନ୍ନଙ୍କ ଠାରେ ପହଞ୍ଚି ସହାୟତାର ହାତ ବଢ଼ାଇ ଥିବା ଲକ୍ଷ୍ୟ କରାଯାଇଛି । ମନ୍ତ୍ରୀ ଶ୍ରୀ ସୂରଜ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାଦ ଚଲାରେ ଗସ୍ତ କରି ଲୋକଙ୍କ ଦୁଃଖ ଓ ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ପ୍ରତିକାର ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଆଜିର ଏହି ଗସ୍ତ ବେଳେ ସାମାନ୍ୟ ବର୍ଷା ହେଉଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ସୂରଜ ଏହାକୁ ଖାତିର ନ କରି ପାଦ ଚଲାରେ ଜଳମଗ୍ନ ହୋଇଥିବା ବିଭିନ୍ନ ଗ୍ରାମକୁ ଆଣ୍ଠୁଏ ପାଣିରେ ଯାଇ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି. ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଗଣ୍ଡାହାତୀ ଜଳପ୍ରପାତରେ ପ୍ରଳୟଙ୍କର ବନ୍ୟା ଦେଖା ଦେଇ ଏହି ଅଞ୍ଚଳର ସିଙ୍ଗିପୁର ଗ୍ରାମ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରି ଧାନ ଫସଲ ସହ ପରିବା ଫସଲ ଆଦି ସବୁ କିଛି ଉଜାଡି ଦେବା ସହ ଗ୍ରାମ ମଧ୍ୟରେ ବନ୍ୟାଜଳ ପ୍ରବେଶ କରି ଗ୍ରାମବାସୀଙ୍କ ଅସୁବିଧାର କାରଣ ସାଜିଥିଲା । ଏହି ଗ୍ରାମରେ ମନ୍ତ୍ରୀ ଶ୍ରୀ ସୂରଜ ପହଞ୍ଚି ଲୋକଙ୍କ ସମସ୍ୟା ଦେଖିବା ସହ ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.