ଭଞ୍ଜନଗର (୨୦/୧୦): ସ୍ଥାନୀୟ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ୨୪ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦ ଜଣ ଅତିଥିକବି ନିଜର ସ୍ୱରଚିତ କବିତା ପାଠ କରିଥିଲେ। ଫୁଲବାଣୀ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁରର ଡ଼ି.ଆର.ଜି. ଶିକ୍ଷକ ମିହିର ରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ। କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ବରିଷ୍ଠ ସାହିତ୍ୟିକ ପ୍ରଶାନ୍ତ ମହାନ୍ତି। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଲୋପାମୁଦ୍ରା ରଥ ଅତିଥିପରିଚୟ ପ୍ରଦାନ କରିଥିଲେ। ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପଚିଶ ବର୍ଷ ଉପଲକ୍ଷେ ଅନୁଷ୍ଠାନର ପରିଚୟ ସଙ୍ଗୀତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ସଭାପତି ଡକ୍ଟର ସଂଯୁକ୍ତ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥିଭାବେ କବି ଧନଞ୍ଜୟ ସ୍ୱାଇଁ, ମୁଖ୍ୟବକ୍ତା ଭାବେ କବି ତଥା ସମାଲୋଚକ ମୁରଲୀଧର ସାମଲ, ସ୍ୱତନ୍ତ୍ର ଅତିଥିଭାବେ ଇଂ ଯାମିନୀକାନ୍ତ ଦାସ, ସମ୍ମାନୀତ ଅତିଥିଭାବେ ବଲାଙ୍ଗୀରସ୍ଥିତ ଚିକିତ୍ସିକା ଓ ସାହିତ୍ୟିକା ଡ଼ାକ୍ତର ମଞ୍ଜୁବାଳା ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷା ଡ଼କ୍ଟର ଉଷା ପାଢ଼ୀ ଉପସ୍ଥିତ ରହି ସାହିତ୍ୟିକ ନିଜ ଶବ୍ଦ ମାଧ୍ୟମରେ ସମାଜରେ ସଂସ୍କାର ଆଣେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ତ୍ରୈୟମାସିକ ପତ୍ରିକା ପୂଜା ସଂଖ୍ୟା ‘ଲୋହରାଖଣ୍ଡି’ ଉନ୍ମୋଚିତ ହୋଇଥିଲା। ସଦସ୍ୟ ଦେବାଶିଷ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ସମୟରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୟାଗଡ଼ସ୍ଥିତ ଅବସରପ୍ରାପ୍ତ ନୌସେନା ଅଧିକାରୀ ତଥା କବି ଗୋପୀନାଥ ସେଠୀ। ରୋଟାରିଆନ ରଞ୍ଜିତ କୁମାର ବାରିକଙ୍କୁ ‘ଲୋକବନ୍ଧୁ ସଚ୍ଚିଭାଇ ସ୍ମୃତି ସମ୍ମାନ’, ଡକ୍ଟର ଉଷା ପାଢ଼ୀଙ୍କୁ ‘କବି ରବି ଜେନା ସ୍ମୃତି ସମ୍ମାନ’, ଏସ୍. ଦୁର୍ଗାମାଧବ ଆଚାରୀଙ୍କୁ ‘ଦିବାକର ସ୍ୱାଇଁ ସ୍ମୃତି ସମ୍ମାନ’, ଶ୍ରୀମତୀ ଗୀତାଞ୍ଜଳି ବେହେରାଙ୍କୁ ‘ନୟନାଦେବୀ ସ୍ମୃତି ସମ୍ମାନ’, ଧର୍ମାନନ୍ଦ ମହାରଣାଙ୍କୁ ‘କୃଷ୍ଣଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ’ ୨୦୨୬ରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ଲୋହରାଖଣ୍ଡି ଗଳ୍ପ ସମ୍ମାନ ବୌଦ୍ଧର ଡକ୍ଟର ବିଷ୍ଣୁ ପ୍ରସାଦ ତ୍ରପାଠୀ, ଶ୍ରେଷ୍ଠ ଉପସ୍ଥାପକ ସମ୍ମାନ ନୟାଗଡ଼ର ଗୋପୀନାଥ ସେଠୀ, ଲୋହରାଖଣ୍ଡି ପ୍ରବନ୍ଧ ସମ୍ମାନ କୋରାପୁଟର ଡକ୍ଟର ପ୍ରଦୀପ କୁମାର ସ୍ୱାଇଁ, ଲୋହରାଖଣ୍ଡି ସେବା ଓ ସାହିତ୍ୟ ସମ୍ମାନ ବଲାଙ୍ଗୀର ଡ଼ାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ସମେତ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସଦର ପ୍ରକାଶନ ବିଭାଗରୁ ଖଦାଳ ନାୟକଙ୍କ ପ୍ରବନ୍ଧ ସଂକଳନ ‘ଘୁମୁସରର ଅସ୍ମିତା ଓ ଐତିହ୍ୟ’, ମୋତିଲାଲ ପତିଙ୍କ କବିତା ସଂକଳନ ‘ବିପ୍ଳବୀ ବୀର ଗାଥା’, ଡକ୍ଟର ପ୍ରଦୀପ କୁମାର ସ୍ୱାଇଁଙ୍କ ପ୍ରବନ୍ଧ ସଂକଳନ ‘ପୂଣ୍ୟଭୂମିର ସ୍ୱର୍ଣ୍ଣିମ ଗାଥା’, ବୁଲୁ ବେହେରାଙ୍କ ଶିଶୁ କବିତା ସଂକଳନ ‘ମାତୃଶକ୍ତିର ତ୍ରିବେଣୀ ଧାରା’, ଲୋପାମୁଦ୍ରା ରଥଙ୍କ କବିତା ସଂକଳନ ‘ସ୍ୱପ୍ନର କୁସୁମମାଳା ଓ ପିତାମ୍ବର ପରିଡ଼ାଙ୍କ କବିତା ସଂକଳନ ‘ବିଭୋର ସ୍ୱପ୍ନ’, ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସେହିପରି ତୃତୀୟ ଅଧିବେଶନରେ ସଂସଦର ଆଇନ ପରାମର୍ଶ ଦାତା ବିମ୍ବାଧର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ପାଠୋତ୍ସବରେ ଅତିଥିଭାବେ ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପିତାମ୍ବର ପରିଡ଼ା, ଉପସଭାପତି ସ୍ନେହଲତା ବିଷୋୟୀ, ସହ ସମ୍ପାଦିକା ରଞ୍ଜୁଲତା ବେହେରା ମଞ୍ଚାସନୀ ଥିଲେ। କବିତା ଆସରକୁ ସଂଯୋଜନା କରିଥିଲେ କାର୍ଯ୍ୟକାରୀ ସଦସ୍ୟା ବିଷ୍ଣୁପ୍ରିୟା ପତି ଏବଂ ସଦସ୍ୟ ଶିଶିର କୁମାର ସ୍ୱାଇଁ। ଶେଷରେ ଯୁବ ସଂଯୋଜକ ସୁଧୀର ଗୌଡ଼ ଧନ୍ୟବାଦ ପ୍ରଦାନ କରିଥିଲେ। ସଂସଦର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.