ଗଜପତି, 15.10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ମହେନ୍ଦ୍ରଗିରି (ପୌର)ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି।୨୦୨୦ ମସିହାରୁ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ଭୁଷ୍କୁଡି ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ଭାବେ ବଦଳି ହୋଇଯାଇଛି।ଏହି ଅବସରରେ ନୂତନ ପ୍ରଧାନଶିକ୍ଷକ ଜି. ଗୋବିନ୍ଦ ରାଜୁଙ୍କ ସଭାପତିତ୍ୱରେ ଆୟୋଜିତ ବିଦାୟକାଳୀନ ସମ୍ୱର୍ଦ୍ଧନା ଉତ୍ସବରେ ପୂର୍ବତନ ଶିକ୍ଷକ ରାମଶଂକର ଗନ୍ତାୟତ, ଶିକ୍ଷୟତ୍ରୀ ମଣିମାଳା,ବିଦ୍ୟାଳୟର ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା, ନିମାଇଁ ଚରଣ ପାତ୍ର ଏବଂ ଭାଗବତ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ୱାଗତ ଜଣାଇବା ସହ ବିଦ୍ୟାଳୟର ସାମୂହିକ ବିକାଶ ଓ ଜିଲ୍ଲା ତଥା ରାଜ୍ୟସ୍ତରରେ ବିଦ୍ୟାଳୟକୁ ଶୀର୍ଷସ୍ଥାନକୁ ପହଞ୍ଚଇବାରେ ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନଙ୍କର ଅବଦାନ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ନିଜ ନିଜର ମନ୍ତବ୍ୟ ରଖିଥିଲେ।ସମ୍ୱର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ପ୍ରଧାନ ତାଙ୍କ କାର୍ଯ୍ୟକାଳ ସମୟରେ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବିଶେଷ କରି ପୁରାତନ ଛାତ୍ରଛାତ୍ରୀମାନଙ୍କର ସହଯୋଗ ଯୋଗୁଁ ଏହି ସଫଳତା ହାସଲ କରିଥିବା ନିଜ ବକ୍ତବ୍ୟରେ ଦର୍ଶାଇଥିଲେ।ଛାତ୍ରଛାତ୍ରୀ ମାନଙ୍କ ନିଜର ପରିଶ୍ରମ ଜାରି ରଖିବା ସହିତ ବିଦ୍ୟାଳୟର ଗୌରବକୁ ଶୀର୍ଷରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ।ଶେଷରେ ସମସ୍ତ ଅତିଥି ଓ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ବିଦାୟୀ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ଉଚ୍ଛସ୍ୱିତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.