ଗଜପତି, 14/10 (ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାରୁ ସୁଦୂର ପଶ୍ଚିମବଙ୍ଗକୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ଜବତ କରିଛି. ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀ -ସ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗର ଜଣେ ମୋଟ 3 ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ବେଆଇନ ଗଞ୍ଜେଇ ଓ ମଦ ଚୋରାଚାଲାଣକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲା ସାରା ପୋଲିସ ପକ୍ଷରୁ ଚଢାଉ ଓ ପେଟ୍ରୋଲି ଜାରି ରହିଛି । ଏହି କ୍ରମରେ ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ପଶ୍ଚିମବଙ୍ଗ ଚୋରାଚାଲାଣ ବେଳେ ଜବତ କରାଯାଇଛି. ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନରେ ଜଗନ୍ନାଥପୁର ଛକ ନିକଟରେ ବସକୁ ଅପେକ୍ଷା କରିଥୁବା ତିନି ଜଣଙ୍କୁ ସନ୍ଦେହଜନକ ଭାବେ ଦେଖ୍ ପୋଲିସ ଯାଞ୍ଚ କରିଥିଲେ । ଗୋଟିଏ ବ୍ୟାଗରୁ ଗଞ୍ଜେଇ ଥୁବା ଦେଖିବାକୁ ମିଳିଥିଲା. ଓଜନ କରିବାରୁ ତାହା ୧୦ କିଲୋ ହେଇଥିଲା ।
ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି. ଏଥିରେ ସମ୍ପୃକ୍ତ ଥିବା ୱେଷ୍ଟବେଙ୍ଗଲର ଗୋଟିଏ ପରିବାରର ସ୍ଵାମୀ ଆନନ୍ଦ ବାସ (୪୭) ସ୍ତ୍ରୀ ସରସ୍ଵତୀ ଦେବ ନାଥ (୩୬ ) ଓ ସହଯୋଗୀ ବିଶ୍ଵଜିତ ଘୋଷ (୩୫)କୁ ଗିରଫ କରି ମୋହନା ଥାନା କେସ୍ ନଂ ୨୦୨/୨୬ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.