ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

0

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗ ଦେଇ ଯୁବପିଢ଼ିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମେରା ଯୁବା ଭାରତ’ ଦ୍ୱାରା ଅନୁଷ୍ଠିତ ଏହି ୭ ଦିନିଆ ଆବାସିକ ଶିବିରରେ ଦେଶର ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୫୦ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ବନ୍ଦେ ମାତରମ୍ କେବଳ ଏକ ନାରା ନଥିଲା, ବରଂ ବିଭିନ୍ନ ପ୍ରଦେଶରେ ବିଭକ୍ତ ଖଣ୍ଡ ଖଣ୍ଡ ଭାରତକୁ ଏକତ୍ରିତ କରି ଗୋଟିଏ ଅଖଣ୍ଡ ଭାରତବର୍ଷରେ ବାନ୍ଧିବାର ଏକ ଦିବ୍ୟ ମନ୍ତ୍ର ଥିଲା। ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଏବଂ ‘ବିକଶିତ ଭାରତ @୨୦୪୭’ର ପରିକଳ୍ପନା ଅନୁଯାୟୀ, ଏହି ଶିବିର ମାଧ୍ୟମରେ ପ୍ରତିନିଧିମାନେ ସମ୍ବଲପୁରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ, ହୀରାକୁଦ ଜଳଭଣ୍ଡାର, ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ମା’ ସମଲେଶ୍ୱରୀ ମନ୍ଦିର ଏବଂ କାର୍ଡୋଲା ସମ୍ବଲପୁରୀ ଶାଢ଼ି ବୁଣା ଗ୍ରାମ ପରିଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.