ଓଡ଼ିଶା ବନ୍ଦରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସର ବିକ୍ଷୋଭ ସଫଳ !

ବିକ୍ଷୋଭରେ ବିଭିନ୍ନ ବାମପନ୍ଥୀ ଦଳ ଓ ନବନିର୍ମାଣ କୃଷକ ସଂଘ ସାମିଲ

0

ପଟ୍ଟାମୁଣ୍ଡାଇ ୮/୧୦ ଆଜି ଇଣ୍ଡିଆ ବ୍ଲକ୍‌ର ଆହ୍ୱାନରେ ଅନୁଷ୍ଠିତ ଓଡ଼ିଶା ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦରେ ବିଭିନ୍ନ ବାମପନ୍ଥୀ ଦଳ ଓ ନବନିର୍ମାଣ କୃଷକ ସଙ୍ଗଠନ ସାମିଲ ହୋଇଥିଲେ । ନଗର କଂଗ୍ରେସ କମିଟି ସଭାପତି ତପନ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ କରିବା ସହ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ। କର୍ମୀମାନେ ମିଳିତଭାବେ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି,ଏମ୍ ଏମ୍ ଡି ଆର ବିଲ୍ ପ୍ରତ୍ୟାହାର ଓ ଭୋଟ ଚୋରି ଉପରେ ବିଭିନ୍ନ ଶ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ। ବସ୍ ଟ୍ରକ୍ ଓ ଦୋକାନ ବଜାର ଅଧିକାଂଶ ବନ୍ଦ ଥିଵାର ଦେଖିବାକୁ ମିଳିଥିଲା । ପଟ୍ଟାମୁଣ୍ଡାଇର ସାଧାରଣ ଜନତା ଏହି ବନ୍ଦକୁ ସମର୍ଥନ ଜଣାଇଥିବାରୁ ନଗର କଂଗ୍ରେସ ସଭାପତି ଶ୍ରୀ ପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ପୂର୍ବତନ ପିସିସି ସଦସ୍ୟ ମଳୟ ଦାସ, ରାମକାନ୍ତ ଦାଶ, ସର୍ବେଶ୍ୱର ସେଠୀ,ପ୍ରଭାତ ସେଠୀ, କୁଳମଣି ମଲ୍ଲିକ, ଦିଲୀପ ସେଠୀ, ଅଶ୍ୱିନୀ ପାତ୍ର, ବିଶ୍ୱନାଥ ସାହୁ, ରାଜକିଶୋର ବେହେରା, ନକୁଳ ଚରଣ ଦାସ, ବିଶ୍ୱନାଥ ସାମନ୍ତରାୟ, ସ୍ନେହଲତା ରାୟ ଚୌଧୁରୀ, ସିଦ୍ଧାର୍ଥ ଜେନା, ପ୍ରିନ୍ସ ଜେନା, ତପନ ମଲ୍ଲିକ ଓ ପ୍ରକାଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାମପନ୍ଥୀ ଦଳର ସିପିଆଇ ନେତା ବାବାଜୀ ଧଳ, ଅଭୟ ଦାସ ଓ ଶ୍ରୀକାନ୍ତ ଲେଙ୍କାଙ୍କ ସମେତ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଓଡ଼ିଶା ବନ୍ଦରେ ସାମିଲ ହୋଇଥିଲେ । ବନ୍ଦ ସମୟରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରିବା ପାଇଁ ସକ୍ରିୟ ଭୂମିକା ନେଇଥିଲେ।

Leave A Reply

Your email address will not be published.