ଓଡ଼ିଶା ବନ୍ଦରେ ପଟ୍ଟାମୁଣ୍ଡାଇ କଂଗ୍ରେସର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା
ପଟ୍ଟାମୁଣ୍ଡାଇ ୮/୧୦:ଆଜି ଓଡିଶା ବନ୍ଦରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ବ୍ଲକ ଓ ନଗର କଂଗ୍ରେସ କର୍ମୀମାନେ ପୃଥକ ପୃଥକ ବିକ୍ଷୋଭ କରୁଥିବାର ଦେଖିବାକୁ ମିଳିଛି। ନଗର କଂଗ୍ରେସ ସଭାପତି ତପନ ପାତ୍ରଙ୍କ ଏକ ଗୋଷ୍ଠୀ ଓ ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ମହାନ୍ତିଙ୍କ ଅନ୍ୟ ଏକ ଗୋଷ୍ଠୀ ପୃଥକ ପୃଥକ ହୋଇ ବିକ୍ଷୋଭ କରୁଥିବାର ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ସଭାପତିଙ୍କ ସଙ୍ଗେ କିଛି ବରିଷ୍ଠ କଂଗ୍ରେସ ଓଯୁବ କର୍ମୀ ଥିବାବେଳେ ଅନୁରୂପ ଭାବେ ନଗର କଂଗ୍ରେସ ସଭାପତିଙ୍କ ସଙ୍ଗେ କେତକ ବରିଷ୍ଠ କଂଗ୍ରେସ ନେତା ଓ ଯୁବ କର୍ମୀମାନ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ସହଯୋଗୀ ବାମପନ୍ଥୀ ଦଳର ନେତୃମଣ୍ଡଳୀ ଓ କର୍ମୀମାନେ ଉଭୟଙ୍କ ଗୋଷ୍ଠୀର ବିକ୍ଷୋଭରେ ସାମିଲ ହୋଇଥିଲେ। ଫଳରେ ଜାତୀୟ କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ ମଧ୍ୟରେ ତିଵ୍ର ଅସନ୍ତୋଷ ପ୍ରକାଶ ପାଇଵା ସଙ୍ଗେ ଏହି ଅର୍ନ୍ତଦ୍ଵନ୍ଦ ସମାଧାନ କରିବାକୁ କଂଗ୍ରେସ
ଉଚ୍ଚ କତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।